Img 20250221 Wa0231

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଦୁଇ ଦିନିଆ “ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

State

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ ମୟୂରଭଞ୍ଜ, ବାରିପଦାରେ ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ଗୁରୁଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡାର ଆବଶ୍ୟକତା ଏବଂ ଏକ ସୁସ୍ଥ, ସହlର୍ଦ୍ୟପୂର୍ଣ୍ଣ ତଥା ଖେଳୁଆଡ ମନୋଭାବନେଇ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଗୁରୁ ମନ୍ତ୍ରଣା ଦେଇଥିଲେ l ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀ ଏକ ସୁସ୍ଥ ଶରୀରରେ ଏକ ସୁସ୍ଥ ମନ ଅବସ୍ଥିତି ଓ ପ୍ରତିଯୋଗିତାରେ ସମସ୍ତ ଗୁରୁଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ l ଶାରୀରିକ ଶିକ୍ଷା ପ୍ରଶିକ୍ଷିକା ଚାନ୍ଦିନୀ ଖାତୁନଙ୍କ ତତ୍ତ୍ଵାବଧlନରେ ପାରମ୍ପରିକ ରୀତିନୀତିରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା I କ୍ରୀଡା ବିଭାଗରେ ଦାୟିତ୍ଵ ଥିବା ଶିକ୍ଷକ ପ୍ରଶିକ୍ଷକ ଭବେଶ ଚନ୍ଦ୍ର ଦେହୁରୀ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ କ୍ରୀଡ଼ାର ନିୟମାବଳୀ ବିଷୟରେ ପ୍ରତିଯୋଗୀମାନଙ୍କୁ ଅବଗତ କରିଥିଲେ l ଏଥିରେ ମୋଟ୍ ୨୧ଟି ଖେଳର ଆୟୋଜନ ହୋଇଥିବା ବେଳେ ବାଳକ ବିଭାଗରେ ଜୀବନଜ୍ୟୋତି ହାଁସଦା (ଦ୍ଵିତୀୟ ବର୍ଷ) ଚମ୍ପିୟାନ, ବାଳିକା ବିଭାଗରେ ସୁପ୍ରୀତି ଖୁଣ୍ଟିଆ (ପ୍ରଥମ ବର୍ଷ) ଚମ୍ପିୟାନ, ପୁରୁଷ ବିଭାଗ କ୍ରିକେଟରେ ପ୍ରଥମ ବର୍ଷର ଗୁରୁଛାତ୍ରମାନେ ଚମ୍ପିୟାନ, ମହିଳା ବିଭାଗକ୍ରିକେଟରେ ଦ୍ୱିତୀୟ ବର୍ଷର ଗୁରୁଛାତ୍ରୀମାନେ ଚମ୍ପିୟାନ, ପୁରୁଷ ବିଭାଗ ବ୍ୟାଡ଼ମିଣ୍ଟନରେ କାଳୀଚରଣ ବlସ୍କେ (ବିଜେତା), ହେମନ୍ତ କୁମାର ସି (ଉପବିଜେତା), ବ୍ୟାଡମିଣ୍ଟନ ମହିଳା ବିଭାଗରେ ସ୍ମୃତି ସାଗରିକl ମଣ୍ଡଳ (ବିଜେତା) ଓ ପାନେଶ୍ୱରି ହାଁସଦା (ଉପବିଜେତା) ହୋଇ ପୁରସ୍କୃତ ହୋଇଥିଲେ I ଏଥିରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିବାରର ସମସ୍ତ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର ଗୁରୁ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତା-୨୦୨୫ ଉଦଯାପିତ ହୋଇଥିଲା l