Img 20240212 Wa0265

ଏସ ଆର ସି ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୬ ନଂ ୱାର୍ଡ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ଫାତେମୁନ ଖାତୁନ, କୁନି ସ୍ବେଛାସେବୀ ଭାବେ ଶେଖ ଅର୍ପିତ, ଚିତ୍ରାଙ୍କନରେ ଆସିଆନା ଆସଫା ଖାତୁନ, ୧୦୦ ମି ଦୌଡରେ ଶେଖ ଆକବର, ନୃତ୍ୟରେ ଫାତେମୁନ ଖାତୁନ, ସନୟା ପରବିନ ଓ ଶେଖ ମେହେରାଜ, ତଥା ୧ମ ରୁ ୫ମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମହମ୍ମଦ ଇଶାନ, ଫାତେମୁନ ଖାତୁନ, ଶେଖ ଆବରାର, ଶେଖ ସାଦ୍ଦିକ ଓ ସାଦ୍ଦିଆ ଖାତୁନ ପୁରସ୍କୃତ ହୋଇଥିଲେ I ପ୍ରଧାନ ଶିକ୍ଷୟତ୍ରୀ କାନନମୟୀ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ କାଉନସିଲର ଦୀପ୍ତିରାଣୀ ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ସ୍ନେହଲତା ବେହେରା ଓ ତପସ୍ୱିନୀ ଦାଶ, ସି ଆର ସି ସି ଧନଞ୍ଜୟ ସାହୁ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶେଖ ରାଜା ପ୍ରମୁଖ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ I ବିଦ୍ୟାଳୟର ସମସ୍ୟା ଗୁଡିକର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି କାଉନସିଲର ପ୍ରତିଶୃତି ଦେଇଥିଲେ I ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା I କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ଶିକ୍ଷୟତ୍ରୀ ମଞ୍ଜୁବାଳା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I