Nilakantha Mishra

ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣା; ‘ରିପୋର୍ଟ ଆସିଲେ ମୃତ୍ୟୁର କାରଣ ତର୍ଜମା କରାଯିବ’

State

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ନେଇ ଆସିଲା ବଡ଼ ଖବର । ରିପୋର୍ଟ ଆମର ହସ୍ତଗତ ହୋଇନି । ରାଜ୍ୟ ଫୋରେନସିକର ଯେଉଁ ରିପୋର୍ଟ ଗତକାଲି ଟିଭିରେ ଦେଖା ଯାଉଥିଲା, ତାହା ଜିଲ୍ଲା ରିପୋର୍ଟ । ଷ୍ଟେଟ ରିପୋର୍ଟ ଆସିନି ଏହି ରିପୋର୍ଟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଦେବେ । କମିଶନର ପାଇବା ପରେ ଆମେ ପାଇବୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ତେବେ ହାଇଡ୍ରୋଜେନ ସଲଫାଇଡ ନେଇ ଯେଉଁ କଥା ରିପୋର୍ଟରେ ଅଛି, ତାହା ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଗୋଟେ କଥା ସ୍ପଷ୍ଟ ଯେ ହାଇଡ୍ରୋଜେନ ସଲଫାଇଡରେ ଏହି ମୃତ୍ୟୁ ହୋଇ ପାରିବ ନାହିଁ । କାରଣ ହାଇଡ୍ରୋଜେନ ସଲଫାଇଡରେ ଝାଡା ବାନ୍ତି ହୁଏ । ସେହି ମୃତକଙ୍କ ପାଖରେ ଏହି ଲକ୍ଷଣ ନଥିଲା । ଫୁଡ୍ ପଏଜନିଂ ବୋଲି କୁହାଯାଉଛି । ମୃତ୍ୟୁର ପ୍ରକୃତ କାରଣ ଜାଣିବା ଆବଶ୍ୟକ ରହିଛି । ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ଅସଲ କାରଣ ତର୍ଜମା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।