Onn 3

ଗୁଜୁରାଟର ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା

National & International

 

Capture-21-750x430

ନୂଆଦିଲ୍ଲୀ: ଡିସେମ୍ବର ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହେବା ସହ ମହାରାସ ପରିବେଷଣ କରିଛନ୍ତି।

ବନାସୁରଙ୍କ କନ୍ୟା ତଥା ଭଗବାନ ଶ୍ରୀକୃଷ୍ଣଙ୍କ ବୋହୂ ଉଷାଙ୍କ ରଚିତ ରାସର ସ୍ମୃତିକୁ ସମର୍ପିତ ଏହି କାର୍ଯ୍ୟକ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ନେଇ ମହିଳାମାନେ ଏକତ୍ର ନୃତ୍ୟ ପରିବେଷଣ କରିଥିଲେ।

ଏହି ବିଶାଳ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଡ୍ରୋନ ସାହାଯ୍ୟରେ ଉତ୍ତୋଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅହିର ସମ୍ପ୍ରଦାୟର ହଜାର ହଜାର ମହିଳା ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପରିକ୍ରମା କରି ନୃତ୍ୟ ପରିବେଷଣ କରୁଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।

ଅଖିଳ ଭାରତୀୟ ଅହିରାଣୀ ମହାରାଷ୍ଟ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଏସିସି ସିମେଣ୍ଟ କମ୍ପାନିର ନନ୍ଦଧାମ ପରିସରରେ ଅନୁଷ୍ଠିତ ହୋଇଥିଲା।