Onn 3

ଶ୍ରୀମନ୍ଦିରରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା; ସ୍ବତନ୍ତ୍ର ବାଟାଲିୟନ୍‌କୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ, ମୁତୟନ ହେବେ ୧୧୯୦ ସୁରକ୍ଷାକର୍ମୀ

State

 

Puri_1703256631

ଭୁବନେଶ୍ୱର: ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ୍‌ ହେବ। ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବେ। ଏଥି ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ଗଠନ ହେବ। ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏହି ସୁରକ୍ଷା ବ୍ୟବସ୍ଥାରେ ୧୧୯୦ ଜଣ ସୁରକ୍ଷାକର୍ମୀ ମୁତୟନ ହେବେ ଯେଉଁମାନେ କି ଭକ୍ତଙ୍କୁ ସୁରକ୍ଷିିତ ଭାବେ ଦର୍ଶନ କରାଇବାରେ ସହାୟ‌କ ହେବେ। ଏଥି ସହିତ ସ୍ବତନ୍ତ୍ର ବାଟାଲିୟନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ଭିଡ଼ ନିୟନ୍ତ୍ରଣ କରିବେ। ସ୍ବତନ୍ତ୍ର ବାଟାଲିୟନ ପୁରୀ ଏସ୍‌ପିଙ୍କ ଅଧୀନରେ କାମ କରିବ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନେଇ ଅତୀତରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ବିଗତ ଦିନରେ ଭକ୍ତମାନଙ୍କର ପ୍ରବଳ ଭିଡ଼ କାରଣରୁ ଦଳଚକଟା ପରିସ୍ଥିତି ଦେଖାଯାଇଛି। ଭିଡ଼ ଭିତରେ ଭକ୍ତମାନେ ଆହତ ମଧ୍ୟ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବାଟାଲିୟନ୍‌ ମୁତୟନ ହେବା ଦ୍ବାରା ଉଭୟ ଭକ୍ତ ଓ ସେବାୟତ ଉପକୃତ ହେବେ ବୋଲି ଆଶା କରାଯାଉଛି।