Onn 3

ଲାଞ୍ଚ ଟଙ୍କାରେ ୮୦ ଲକ୍ଷରେ ଫ୍ଲାଟ କିଣି ମାଙ୍କୁ ଉପହାର ଦେଇଥିଲେ ଡାକ୍ତର

Crime State

 

rrqw

ଭୁବନେଶ୍ବର: ଜାହାଜ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କର ସୋମବାର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି | ତେବେ ଡାକ୍ତରଙ୍କ ଓକିଲ ଜାମିନ ଆବେଦନ କରିଥିବାବେଳେ ଏହାର ଶୁଣାଣି ଆସନ୍ତାକାଲି ହେବ | ତେବେ ଡାକ୍ତରବାବୁଙ୍କ ବିରୋଧରେ ଆଜି ଏକ ଚାଂଚଲ୍ୟକର ଖୁଲାସା ହୋଇଛି | ଲୁଟ ଟଙ୍କାରେ ସେ ୮୦ ଲକ୍ଷ ଟଙ୍କାର ଫ୍ଲାଟ ମାଆଙ୍କୁ ଗିଫ୍ଟ କରିଥିଲେ ଅଭିଯୁକ୍ତ ଡାକ୍ତର | ଭୁବନେଶ୍ୱରରର ନୟାପଲ୍ଲୀରେ ଏକ ତିନିଟି ବେଡ୍ରୁମ ଥିବା ଫ୍ଲାଟ କିଣିଥିଲେ ରାଜେନ୍ଦ୍ର | ଜଣେ ବିଲଡରଙ୍କଠାରୁ ନଗଦ ଟଙ୍କା ଦେଇ କିଣା ଯାଇଥିଲା ଫ୍ଲାଟ | ନୂଆ ଫ୍ଲାଟରେ ସିବିଆଇ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଛି |

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ ସହ ବିଲଡରକୁ ଖୁବଶୀଘ୍ର ସିବିଆଇ ପଚରାଉଚରା କରିପାରେ | କେବଳ ସେତିକି ନୁହେଁ ଭୁବନେଶ୍ୱରରେ ରହୁଥିବା ଡାକ୍ତରଙ୍କ ସମ୍ପର୍କୀୟ ମାନଙ୍କ ଘରେ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଟିମ ରେଡ କରିଥିଲା | ଖୁବଶୀଘ୍ର ଏହି ଘଟଣାରେ ଡାକ୍ତରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ଅଫିସକୁ ମଧ୍ୟ ଡାକରା ଆସିପାରେ ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି | ଏହାସହିତ ଛଅ ଦିନିଆ ରିମାଣ୍ଡ ଅବଧି ଭିତରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଟଙ୍କା ଦେଇଥିବାର କଥା ମାନିଥିବାବେଳେ ନିଜ ସମ୍ପର୍କୀୟଙ୍କ ସମେତ ବନ୍ଧୁବାନ୍ଧବମାନଙ୍କ ତାଲିକା ଡାକ୍ତର ସିବିଆଇକୁ ଦେଇଛନ୍ତି | ସୂଚନାଯୋଗ୍ୟ, ୫୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ଗୁରୁବାର ସିବିଆଇ ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଦୁଇଟି ପର୍ଯ୍ୟାୟରେ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ଟିମ୍।