Onn 3

ରଥଯାତ୍ରା ପୂର୍ବରୁ ମକଡ୍ରିଲ୍, ପୋଲିସ ଓ ପାରାମିଲିଟାରୀ ଫୋର୍ସ ସାମିଲ

Religion and Cult State

ପୁରୀ: ଗୁଣ୍ଡିଚା ଯାତ୍ରା ଦିନ କିଭଳି ଶୃଙ୍ଖଳିତ ଭାବେ ଟଣାଯିବ ରଥ । ତା ପୂର୍ବରୁ ଚାଲିଛି ମକଡ୍ରିଲ୍‌। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଇଛି । ତିନି ରଥର ସୁରକ୍ଷା, ରଥର ଇନର୍‌ ଓ ଆଉଟର କର୍ଡନ ଏବଂ ଜେନେରାଲ କର୍ଡନ ଦାୟିତ୍ୱରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ଏହି ମକଡ୍ରିଲ କରାଯାଇଛି। ପୋଲିସ ଓ ପାରାମିଲିଟାରୀ ଫୋର୍ସ ମଧ୍ୟ ସାମିଲ ଥିଲେ ।

ଏଡିଜି ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି। ତିନୋଟି ଜିପକୁ ୩ଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ ରଥ ଟଣାଯାଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣାଯିବ। ସୁରକ୍ଷିତ ରଥଯାତ୍ରା ପାଇଁ ମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ । ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି |