Onn 3

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି

State

କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରବିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପଲତୁ ନସ୍କାର। ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ। ସେ ସେଣ୍ଟ୍ରାଲ ଆଇସିୟୁ ବେଡ୍ ନଂ ୧୪ରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ଏସିବି ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏଣେ ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୨ରେ ପହଞ୍ଚିଥିବା ବେଳେ କଟକ ବଡ଼ ମେଡିକାଲରେ ଏହା ହେଉଛି ଚତୁର୍ଥ ମୃତ୍ୟୁ। ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଓ ସେମାନେ କାମ ପାଇଁ ଯାଉଥିଲେ। ଏନେଇ ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଜୁନ୍‌ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କର ଓ ଜୁନ୍ ୧୬ ତାରିଖରେ ପ୍ରକାଶ ରାମ ଓ ଜୁନ୍ ୧୮ରେ ବିହାର ଭାଗଲପୁରର ବାସିନ୍ଦା ସୋଇମ ମନସୁର(୩୩)ଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏସ୍‌ସିବିରେ ଏବେ ୪୨ଜଣ ଆହତ ଚିକିତ୍ସିତ ହେଉଥିବାବେଳେ ସେଥିରୁ ଆଇସିୟୁରେ ୧୨ଜଣ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବିରେ ଯେଉଁ ୪୧ଜଣ ଚିକିତ୍ସିତ ହେଉଛନ୍ତି ସେଥିରୁ ପଶ୍ଚିମବଙ୍ଗର ସର୍ବାଧିକ ୧୬, ବିହାରର ୧୨, ଓଡ଼ିଶାରୁ ୯, ଝାଡଖଣ୍ଡ, ମହାରାଷ୍ଟ୍ର, ନେପାଳ ଓ ତାମିଲନାଡୁର ଜଣେ ଲେଖାଏ ଆହତ ଅଛନ୍ତି।