ପିପିଲି: ଜୟା ହୋଟେଲ ପରିସରରେ ୧୬୩ ଲାଗୁ। ହୋଟେଲ ଠାରୁ ୧ କିମି ପରିଧି ମଧ୍ୟରେ କଟକଣା ଲାଗୁ କଲା ଜିଲ୍ଲା ପ୍ରଶାସନ। ମଟନ୍ ନାଁରେ ଗୋମାଂସ କାରବାର କରୁଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ। ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି ।
୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ। ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି। ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି।

