Img 20240307 Wa0310

ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କଲେ ମୟୂରଭଞ୍ଜ ଜିଲ୍ଲାପାଳ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୬ ଯୋଡ଼ା ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ୨,୫୦,୦୦୦/- ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ | ସେହି ଦମ୍ପତ୍ତି ମାନେ ହେଲେ ବିକାଶ ରଂଜନ ପରିଡା-ରଶ୍ମିତାଦାସ , ଦାମୟନ୍ତୀ ନାଥ – କମଳେନ୍ଦୁ ବେରା, ପ୍ରକାଶ ରଂଜନ ପରିଡା କୁଞ୍ଜଲତା ମହାନ୍ତି, ଜ୍ୟୋତି ମୋହନ ହାଁସଦା – କନକଲତା ମାରାଣ୍ଡି, ଭାସ୍କର ବାରିକ- ଲିପିକା ବାରିକ୍ , ଭବେଶ କୁମାର ଦ୍ବିବେଦୀ-ଦେବସ୍ମିତା ମହାପାତ୍ର |

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ସମସ୍ତ ଭିନ୍ନକ୍ଷମ ଦମ୍ପତ୍ତିଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରି ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ. ଉକ୍ତ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ |