Img 20240307 Wa0289

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ମୟୂରଭଞ୍ଜ ଗସ୍ତ; ସାଧାରଣ ନିର୍ବାଚନ ଓ ରାଜସ୍ବର ସଠିକ ପରିଚାଳନା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ଦେଲେ ପରାମର୍ଶ

State

ବାରିପଦା:  କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (କଟକ) ଶ୍ରୀ ରଞ୍ଜନ କୁମାର ଦାସ ଆଜି ତା ୦୭.୦୩.୨୦୨୪ ରିଖ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଆସନ୍ନ ସାଧାରଣ ନିର୍ବାଚନର ପ୍ରସ୍ତୁତି ଏବଂ ବିଭିନ୍ନ କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟ ପାଇଁ ଆସିଥିବା ଏବଂ ଖର୍ଚ୍ଚ ହେଉଥିବା ରାଜସ୍ବ ବିଷୟରେ ପର୍ଯ୍ୟାଲୋଚନା କରିଥିଲେ। ଏହି ସଂକ୍ରାନ୍ତରେ କମିଶନର ଶ୍ରୀ ଦାସଙ୍କ ତତ୍ୱାବଧାନରେ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ବିଭୁତି ଭୂଷଣ ନାୟକ,ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର) ଶ୍ରୀ ଦୌଲତ ଚନ୍ଦ୍ରକାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ଗୃହ ଠାରେ ପୂର୍ବାହ୍ନ ଘ ୧୦.୦୦ ମି ସମୟରେ ଏକ ନିରୀକ୍ଷଣ ବୈଠକରେ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ଏହି ସମୀକ୍ଷା ବୈଠକରେ, ରାଜସ୍ବ କମିଶନର, ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ ଅଫିସର ସମସ୍ତ ରାଜସ୍ବ ସମ୍ବନ୍ଧୀୟ ତଥ୍ୟ ପଚାରି ବୁଝିଥିଲେ। ନିର୍ବାଚନ ପାଇଁ ସମସ୍ତ ରାଜସ୍ବର ସଠିକ ବିନିଯୋଗ ଏବଂ ତତ୍ସହିତ କିଭଳି ସାଧାରଣ ନିର୍ବାଚନରେ ମହିଳା ମାନଙ୍କ ଭୂମିକାକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ସଂକ୍ରାନ୍ତୀୟ ଅଧିକାରୀ ମାନଙ୍କ ସହିତ କଥା ହୋଇ ଶ୍ରୀ ଦାସ ଯଥୋଚିତ ଉପଦେଶ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ, ଶ୍ରୀ ଦାସ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିବା ସହିତ ସମସ୍ତ ରାଜସ୍ବର ସଠିକ୍ ପରିଚାଳନା କାର୍ଯ୍ୟ ବିଷୟରେ ସମସ୍ତ ଅଧିକାରୀଙ୍କ ଠାରୁ ସୂଚନା ଓ ମନ୍ତବ୍ୟ ନେଇଥିଲେ।

ସମସ୍ତ ତହସିଲ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ କାର୍ଯ୍ୟାଳୟ ସଂକ୍ରାନ୍ତୀୟ ରାଜସ୍ବ ବିଷୟରେ ବିବରଣୀ ନେବା ପରେ ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଆସିଥିବା ଏବଂ ଖର୍ଚ୍ଚ ହେଉଥିବା ରାଜସ୍ବ ବିଷୟରେ ସବିଶେଷ ବିବରଣୀ ନେଇଥିଲେ ତତ୍ ସହିତ ଶ୍ରୀଯୁକ୍ତ ଦାସ, ରାଜସ୍ବର ସଠିକ୍ ଭାବେ ବିନିଯୋଗ କରିବାପାଇଁ ସମସ୍ତ ସରକାରୀ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଜିଲ୍ଲାର ସମସ୍ତ ଉପଜିଲ୍ଲପାଳ ଏବଂ ସେମାନଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ, ଜଳସେଚନ ବିଭାଗୀୟ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ ଏବଂ ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ଉନ୍ନତି ମୂଳକ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହିତ ସେ ସମସ୍ତ କାର୍ଯ୍ୟ ଗୁଡିକ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କିପରି ସମାପ୍ତ ହୁଏ ସେ ବିଷୟରେ ତଦାରଖ କରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏହି ବୈଠକରେ ଶ୍ରୀ ଦାସ ଜିଲ୍ଲାରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସବିଶେଷ ବିବରଣୀ ନେବା ପରେ, ଅନେକ ଗୁଡିଏ କାର୍ଯ୍ୟର ସଠିକ ଅଗ୍ରଗତି ଦେଖି ସନ୍ତୋଷ ପ୍ରକାଶ କରିଥିବା ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।