Img 20240307 Wa0271

କେଉଟୁଣିମାରୀ ଓ ନୋଧନା ଗ୍ରାମପଞ୍ଚାୟତ ବିଭାଜନ ଦାବୀ କଲା ମାରିସା

State

ବାରିପଦା: ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ଯୁଥ୍ ଏଣ୍ଡ ଷ୍ଟୁଡ଼େଣ୍ଟ ଆସୋସିଏସନ୍ (ମାରିସା) ର ରାଜ୍ୟସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ମନ୍ତ୍ରୀ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରଦୀପ କୁମାର ଅମାତଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଡ଼ାକ ସାହାଯ୍ୟରେ ପ୍ରଦାନ କରାଯାଇଛି । ସୂଚନାମୁତାବକ ୨୦୧୧ର ଜନଗଣନା ଅନୁସାରେ ୭୫୦୦ ରୁ ଅଧିକ ଜନସଂଖ୍ୟା ଥିଲେ ନୂତନ ଗ୍ରାମପଞ୍ଚାୟତ ନିର୍ମାଣର ବ୍ୟବସ୍ଥା ରହିଛି । କୁଳିଅଣା ବ୍ଲକ୍ ଅନ୍ତର୍ଗତ ନୋଧନା ଗ୍ରାମପଞ୍ଚାୟତର ମୋଟ ଜନସଂଖ୍ୟା ୯୭୬୫ ଏବଂ କେଉଟୁଣିମାରୀ ଗ୍ରାମପଞ୍ଚାୟତର ମୋଟ ଜନସଂଖ୍ୟା ୮୨୩୮ । କେଉଟୁଣିମାରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ହାତୀମଡ଼ା ଓ ଗୟଳକଟା ଗ୍ରାମର ଦୂରତା ପ୍ରାୟ ୬ କି.ମି. ଏବଂ ଏହାର ଗ୍ରାମ ସଂଖ୍ୟା ୧୮ I

ସେହିପରି ନୋଧନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରୁ ଦୁଧିଆଶୁଳ, କରକଚିଆ ଓ ଜାମଜୁରିକୀ ସୁରେଇଡିହି ବହୁ ଦୂରରେ ଅବସ୍ଥିତ ଏବଂ ଏହାର ଗ୍ରାମ ସଂଖ୍ୟା ୧୭ । ଫଳରେ ବିଭିନ୍ନ ସମୟରେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପଞ୍ଚାୟତବାସୀଙ୍କ ନିମନ୍ତେ ନୂତନ ଗ୍ରାମପଞ୍ଚାୟତ ଖୋଲିବାର ଜରୁରୀ ଆବଶ୍ୟକତା ରହିଛି । ଯଥାଶୀଘ୍ର କୁଳିଅଣା ବ୍ଲକ ଅନ୍ତର୍ଗତ କେଉଟୁଣୀମାରୀ ଗ୍ରାମପଞ୍ଚାୟତ ଓ ନୋଧନା ଗ୍ରାମପଞ୍ଚାୟତକୁ ବିଭାଜନ କରି ନୂତନ ଗ୍ରାମପଞ୍ଚାୟତ ନିର୍ମାଣ କରିବା ପାଇଁ ମାରିସା ଦୃଢ଼ ଦାବୀ କରିଛି । ନଚେତ ଆଗାମୀ ଦିନରେ ପଞ୍ଚାୟତବାସୀଙ୍କ ସ୍ଵାର୍ଥ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ରାଜ୍ଯ ସଭାପତି ଅର୍ଜୁନ ମୁର୍ମୁ ପ୍ରେସ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।