Rew

ଆଦିଵାସୀଙ୍କୁ ଭିଟାମାଟିରୁ ଉଛେଦ ଵନ୍ଦ କର, ନିର୍ଵାଚନ ପ୍ରତିଶୃତି ପାଳନ ଦାଵିରେ ସିପିଆଇ ପକ୍ଷରୁ ଵାଙ୍ଗିରିପୋଷି ଵ୍ଲକ ସମ୍ମୁଖରେ ଵିକ୍ଷୋଭ ଅନୁଷ୍ଠିତ

State

ବାରିପଦା : ଓଡିଶାରେ ଆଦିଵାସୀଙ୍କୁ ଭିଟାମାଟିରୁ ଉଛେଦ କରି କମ୍ପାନୀଙ୍କ ପାଦ ତଳେ ଜଙ୍ଗଲ ଜମି ସମର୍ପଣ ପାଇଁ ରାଜ୍ଯ ସକାର ଷଡଯନ୍ତ୍ର ଵନ୍ଦ କରନ୍ତୁ ଓ ଵିଜେପି କ୍ଷମତାକୁ ଆସିଵା ପୁର୍ଵରୁ ଯେଉଁ ପ୍ରତିଶୃତି ଦେଇ କ୍ଷମତା ହାତେଇ ଥିଲା, କ୍ଷମତାରେ ଵସିଵା ପରେ ସେ ପ୍ରତିଶୃତି ପାଳନ କରୁ, ନଚେତ ଏହି ପ୍ରବଞ୍ଚନା ଓ ପ୍ରତାରଣା ଵିରୋଧରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ରାଜ୍ଯଵ୍ଯାପୀ ଜନ ଆନ୍ଦୋଳନକୁ ତେଜିଆନ କରିଵ ଵୋଲି ଆଜି ସିପିଆଇ ସାରସକଣା ଵ୍ଲକ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ପୁର୍ଵକ ଚେତାଵନି ଦେଇଛନ୍ତି। ଵିଭିନ୍ନ ଦାଵି ମଧ୍ଯର ସମସ୍ତ ନିତ୍ଯ ଵ୍ଯଵହାର୍ଯ୍ଯ ସାମଗ୍ରୀର ଆକାଶଛୁଆଁ ଦରଵୃଦ୍ଧି ଵନ୍ଦ କର, ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ଵୃଦ୍ଧ, ଵୃଦ୍ଧା, ଦିଵ୍ଯାଙ୍ଗ, ଵିଧଵା ଇତ୍ଯାଦି ହୀତାଧିକାରୀଙ୍କୁ ପ୍ରତିଶୃତି ମୁତାଵକ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ କର, ପ୍ରତିଶୃତି ଅନୁସାରେ ପ୍ରତ୍ଯେକ କୃଷକଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କାର ସହାୟକ ମୂଲ୍ଯ ପ୍ରଦାନ, ପ୍ରତ୍ଯେକ ପରିଵାରଙ୍କୁ ମାସିକ ୩ଶହ ୟୁନିଟ ପର୍ଯ୍ଯନ୍ତ ଵିଦ୍ଯୁତ ଶକ୍ତି ମାଗଣାରେ ପ୍ରଦାନ କର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ତହସିଲ ଜରିଆରେ ଚିହ୍ନଟ କରି ଜମା ଟଙ୍କା ଫେରସ୍ତ କର, ପ୍ରତ୍ଯେକ ମହିଳାଙ୍କୁ ପ୍ରତିଶୃତି ଭିତ୍ତିରେ ଦୁଇ କିସ୍ତିରେ ୫୦ହଜାର ଟଙ୍କା ପ୍ରଦାନ କର, ମାଇକ୍ରୋ ଫାଇନାନସ୍ ମାନଙ୍କ ଚକ୍ରଵୃଦ୍ଧି ସୁଦ୍ଧର ଲୁଣ୍ଠନ ଓ ଋଣ ଆଦାୟ ଜୁଲମ ଵନ୍ଦ କର, ସରକାରୀ ଜମିରୁ ଜଵର ଦଖଲକାରୀ ଉଛେଦ ନାମରେ ଭୁମିହୀନ ଆଦିଵାସୀଙ୍କୁ ଦଖଲ ଜମି- ଭିଟାମାଟିରୁ ଉଛେଦ ଷଡଯନ୍ତ୍ର ଵନ୍ଦ କର ଦାଵି ନେଇ ଓଡିଶା ମୁଖ୍ଯମନ୍ତ୍ରୀଙ୍କୁ ଵାଙ୍ଗିରିପୋଷି ଵିଡିଓଙ୍କ ଜରିଆରେ ଦାଵି ପତ୍ର ପ୍ରଦାନ କରାଯାଇଛି। ଆଜି ପୁର୍ଵାହ୍ନରେ ଵାଙ୍ଗିରିପୋଷି ହାଟ ପଡିଆ ଠାରୁ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରାରେ ଅନେକ ପୁରୁଷ ମହିଳା ଆସି ଵ୍ଲକ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାର୍ଟିର ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ତଥା ଚିଟବଣ୍ଡ ଜମାକାରୀ ମିଳିତ ମଞ୍ଚ ଆଵାହକ ଜୟନ୍ତ ଦାସ ଉଦବୋଧନ ଦେଇ ଓଡିଶାରେ ଆଦିବାସୀ ଭୋଟ ନେଇ ବିଜେପି ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ମନ୍ତ୍ରୀ ପଦରେ ବସାଇ ଦିଲ୍ଲୀର ରିମୋଟ କଣ୍ଟ୍ରୋଲରେ ଓଡ଼ିଶା ସରକାରକୁ ନିୟନ୍ତ୍ରଣ କରି ମୁଖ୍ୟମନ୍ତ୍ରୀଙ୍କୁ ମଥ୍ଯାଵାଦୀ ସଜାଇ ଦେଲେଣି। ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପରେ ଆଦିବାସୀ ସତ କହୁଥିଵା ମଣିଷ ବର୍ଗ ଅଟନ୍ତି ଘିନୁଆ ଭଳି, ସେମାନେ ମିଛ କହନ୍ତି ନାହିଁ, ମାତ୍ର ଚରମ ମିଥ୍ଯାଵାଦୀ ମୋଦୀ ମୋହନ ମାଝୀଙ୍କୁ ମିଥ୍ଯାଵାଦୀ ପ୍ରମାଣିତ କଲେଣି ବୋଲି କ୍ଷୋଭ ପ୍ରକାଶ କରିଥିଲେ।

ଏ ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଵାର ଲୋଭ ଦେଖାଇ ଭୋଟ ନେଲେ, ମାତ୍ର କ୍ଷମତାରେ ଵସିଵା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଦୂରେ ଥାଉ ସାହାରା କମ୍ପାନୀ ଟଙ୍କାରୁ ୫ହଜାର କୋଟି ଟଙ୍କା ନେଇ କେନ୍ଦ୍ର ସମଵାୟ ମନ୍ତ୍ରୀ ଅମିତ ଶାହା ସାହାରା ଜମାକାରୀଙ୍କ ଠକେଇ କରିଲେଣି ଵୋଲି କ୍ଷୋଭ ପ୍ରକାଶ କରିଛନ୍ତି।ସମସ୍ତ ଅତ୍ଯାଵଶ୍ଯକୀୟ ସାମଗ୍ରୀର ଦରଦାମ ଵୃଦ୍ଧି ଜୀଵନ ଧାରଣକୁ ଦୁର୍ଵିସହ କଲେଣି ଵୋଲି କ୍ଷୋଭ ପ୍ରକାଶ କରିଥିଲେ।ସରକାରୀ ଯୋଜନାର ନାମ ପରିବର୍ତ୍ତନ ଓ ସରକାରୀ କୋଠାବାଡିର ରଙ୍ଗ ପରିଵର୍ତ୍ତନରେ ସିମୀତ ରହି ଯାଇଛନ୍ତି। ଗତ ୫ମାସରେ ଓଡ଼ିଶାବାସୀ ଏହି ରଙ୍ଗ ବଦଳା ଏଣ୍ଡୁଅ ବିଜେପି ସରକାରଙ୍କୁ ଚିହ୍ନି ଗଲେଣି। ଏ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ରାଜ୍ୟର ସମସ୍ତ ଅଣ ବିଜେପି ବାମ ଓ ଗଣତାନ୍ତ୍ରୀକ ଦଳମାନେ ଓଡ଼ିଶାର ଜମି, ଜଳ, ଜଙ୍ଗଲ, ଗଣତନ୍ତ୍ର ଓ ଧର୍ମନୀରପେକ୍ଷତା ସୁରକ୍ଷା ପାଇଁ ଐକ୍ଯଵଦ୍ଧ ଜନ ଆନ୍ଦୋଳନରେ ଝାସ ଦେବାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ଜଗଵନ୍ଧୁ ମିଶ୍ର ମୟୁରଭଞ୍ଜ ଜିଲ୍ଲାର ଜନଗଣ ଏମାଟିର ମଣିଷଙ୍କ ସ୍ଵାର୍ଥ ରକ୍ଷା ପାଇଁ ଐକ୍ଯଵଦ୍ଧ ଆନ୍ଦୋଳନରେ ସାମିଲ ହେଵାକୁ ଆହ୍ଵାନ ଦେଇଥିଲେ।ସିପିଆଇ ମୟୁରଭଞ୍ଜ ଜିଲ୍ଲାର ଅନ୍ଯତମ ନେତା ପରମେଶ୍ଵର ମହାନ୍ତ, ହୃଶିକେଶ ସାହୁ, ଵଳରାମ ମୁର୍ମୁ ଉଦଵୋଧନ ଦେଇଥିଵା ଵେଳେ, ଏହି ଵିକ୍ଷୋଭ ସମାଵେଶରେ ଜିଲ୍ଲା କାର୍ଯ୍ଯକାରୀ କମିଟି ସଦସ୍ଯ ତଥା ଵାଙ୍ଗିରିପୋଷି ଅଞ୍ଚଳ ସମ୍ପାଦକ ରଥ ସିଂହ ସଭାପତିତ୍ଵ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଶୁକ୍ରା ସିଂ, ଵାସୀ ସିଂ, ଚିତ୍ରମଣୀ ସିଂ, ଚାନ୍ଦ ସିଂ, ରୁହିଆ ସିଂ, ମଦନ ସିଂ, ରିଣ୍ଟି ସିଂ, ଵାପୁନ ମାଝୀ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ଏକ ପ୍ରତିନିଧି ଦଳଙ୍କ ଠାରୁ ଵିଡିଓଙ୍କ ଅନୁପସ୍ଥିତିରେ ଵ୍ଲକର ଅଧିକାରୀ ଶୁଭେନ୍ଦୁ କୁମାର ନାୟକ ଦାଵି ପତ୍ର ଗ୍ରହଣ କରିଥିଲେ।