Img 20240307 Wa0314

ଧୂମଧାମ ରେ ପାଳିତ ହେଲା ସାଗାଇ-2024

State

ବାରିପଦା: ମୟୂରଭଞ୍ଜ ର ଏକ ମାତ୍ର ସରକାରୀ ବିଇଡି କଲେଜ, ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ଧୂମ ଧାମ ରେ ବାର୍ଷିକ ଉତ୍ସବ ସାଗାଇ ପାଳିତ ହୋଇଯାଇଛି l ଛାତ୍ର ସଂସଦ ସଭାପତି ଓମ ପ୍ରକାଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ, କଲେଜ ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଦେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥିଭାବେ ଭାବେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାର୍ଣ୍ଡି ଯୋଗଦେଇ ନୂତନ ଓଡିଶା ଗଠନରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇଥିଲେ l ମୁଖ୍ୟବକ୍ତା ଭାବେ ଅଧ୍ୟାପକ କେଦାରନାଥ ମହାନ୍ତି ଯୋଗଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ଛାତ୍ର ସଂସଦ ଉପଦେଷ୍ଟା ଡକ୍ଟର ସରୋଜ ନାୟକ, ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପଦ୍ମନାଭ ସାହୁ, ଶିକ୍ଷାବିତ ଭାରତୀ ଭୂଷଣ ନାୟକ,ସମାଜସେବୀ ଅମର ସେଠୀ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ l

ଛାତ୍ର ସଂସଦ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଡକ୍ଟର ତ୍ରିନାଥ ମଲ୍ଲିକ ସନ୍ଦୀପ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ସହକାରୀ ପ୍ରଫେସର ଉମେଶ ଚନ୍ଦ୍ର ମାଝୀ,ଡକ୍ଟର ଚିତ୍ରସେନ ସେଠୀ, ଖିରୋଦ କୁମାର ଚୌଧୁରୀ, କେ ଲଷ୍ମୀ ସେନାପତି ଙ୍କ ତତ୍ୱାବଧାନ ଓ ନିର୍ଦେଶନା ରେ ନାଟକ ସକାଳର ଅପେକ୍ଷା ରେ ମଞ୍ଚସ୍ଥ ହୋଇଥିଲା l ସହକାରୀ ପ୍ରଫେସର ସରୋଜ ଦାସ, ରାଜକିଶୋର ରାଉଳ, ନବୀନ ନାଏକ ତଥା ମହାବିଦ୍ୟାଳୟ ର ସମସ୍ତ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ l