Onn 3

ବର୍ଷିଆନ ସାମ୍ବାଦିକ ସୁଭାଷ ମହାନ୍ତିଙ୍କ ବିୟୋଗ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଜଣେ ବର୍ଷିଆନ ସାମ୍ବାଦିକ ସୁଭାଷ ଚନ୍ଦ୍ର ମହାନ୍ତିଙ୍କର ଆଜି ନିଜସ୍ୱ ବାସଭବନରେ ପରଲୋକ ଘଟିଅଛି । ସ୍ୱର୍ଗତଃ ମହାନ୍ତି ବିଭିନ୍ନ ସମ୍ବାଦ ପତ୍ରରେ ଜିଲ୍ଲା ପ୍ରତିନିଧି ଭାବରେ ଦୀର୍ଘବର୍ଷ ଧରି କାଯ୍ୟ କରିଆସୁଥିବା ବେଳେ, କିଛି ଦିନଧରି ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ | ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିବା ବେଳେ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ସ୍ତ୍ରୀ, ଦୁଇପୁଅ, ଦୁଇବୋହୁ, ଭାଇ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ. ସ୍ୱର୍ଗତଃ ମହାନ୍ତି ସାମ୍ବାଦିକତା ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ରହି କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ସିଏ ଜଣେ ମିଷ୍ଙ୍ରଭାଷୀ ଓ ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ, ତାଙ୍କର ମୃତ୍ୟୁ ଖବର ପାଇ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କର ବଡ଼ହଳଦିଆକନ୍ଦ ସ୍ଥିତ ବାସ ଭବନରେ ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |