Onn 3

ସେପ୍ଟେମ୍ବର ୫ତାରିଖରେ ବାରିପଦା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଫିସ ଘେରାଓ କରିବ ଭଞ୍ଜ ସେନା

State

ବାରିପଦା: ମୟୁରଭଞ୍ଜ ଗଡଜାତଶାସନ ସମୟରେ ମହାରାଣୀ ସୁମିତ୍ରା ଭଞ୍ଜଦେଓଙ୍କ ଦ୍ୱାରା ନିର୍ମିତ ରାଜଉଆସ ଏବେ ଅସୁରକ୍ଷିତ |ଏହି ଉଆସରେ ବର୍ତମାନ ମହାରାଜା ପୂର୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟ ପରିଚାଳିତ ହେଉଛି |ବାହାରକୁ ସୁନ୍ଦର ଦିଶୁଥିବା ମହାବିଦ୍ୟାଳୟ ଟି ଭିତରୁ ନଷ୍ଟ ହେବାକୁ ବସିଲାଣି |ପ୍ରକୃତ ରକ୍ଷଣାବେକ୍ଷଣ ଅଭାବରୁ ବିପଦସଂକୁଳ ଐତିହାସିକ ରାଜପ୍ରସାଦ ର ଛାତ ତଳେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ |ଏହାକୁ ଲକ୍ଷ୍ୟ କରି ବହୁବାର ଏହି ରାଜ ପ୍ରସାଦ ର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବାରିପଦା ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ତୁରନ୍ତ ଏହାର ପୁନଃରୁଦ୍ଧାର ଓ ରକ୍ଷଣାବେକ୍ଷଣ କରିବା ପାଇଁ ଦାବୀ ଜଣାଇଥିଲୁ ଏବଂ କିଛି ବିଳମ୍ବ ହେଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ସଂମ୍ପୂର୍ଣ୍ଣ ସର୍ଭେ ସାରି ନିର୍ଧାରିତ ଖର୍ଚ୍ଚ ହେବାକୁ ଥିବା ଅଟକଳ ରାଶିର ଏକ ବିବରଣୀ ରାଜ୍ୟ ପୂର୍ତ୍ତ ବିଭାଗ କୁ ପଠାଇଥିଲେ ମାତ୍ର ଉକ୍ତ ସମୟ ସୀମା ମଧ୍ୟରେ ଅସୁରକ୍ଷିତ ରାଜପ୍ରସାଦ ର ମରାମତି କୌଣସି ଆର୍ଥିକ ଅନୁଦାନ ଆସିବା ପରିବର୍ତ୍ତେ ଉକ୍ତ ଅସୁରକ୍ଷିତ ରାଜପ୍ରସାଦରେ ଇ -କ୍ଲାସ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟାଦେଶ ମଧ୍ୟ ଠିକାଦାର ଙ୍କୁ ପ୍ରଦାନ କଲେଣି |

ଇ -କ୍ଲାସ ନିର୍ମାଣ କୁ ସ୍ୱାଗତ ମାତ୍ର ଗୋଟିଏ ଅସୁରକ୍ଷିତ ଛାତ ତଳେ ପଢିବା ତ ବିପଦସଂକୁଳ ସେଥିରେ ପୁଣି ଇ -କ୍ଲାସ ନିର୍ମାଣ କରିବା ପାଇଁ ଅଂଟାଭିଡ଼ିଥିବା ବାରିପଦା ପୂର୍ତ୍ତ ବିଭାଗ ର ଏପରି କାର୍ଯ୍ୟ କୁ ବିରୋଧ କରି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇ ଥର ଟ୍ୱିଟ ଯୋଗେ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ |ଅସୁରକ୍ଷିତ ଐତିହାସିକ ରାଜପ୍ରସାଦ ର ପୁନଃରୁଦ୍ଧାର ହୋଇଥିଲେ ଲକ୍ଷ୍ୟଥିଲା ଏହାର ପୁନଃରୁଦ୍ଧାର ପରେ ସରକାର ଏହାକୁ ସ୍ମାରକୀ ଭାବେ ସଂରକ୍ଷିତ କରିବେ ଯଦ୍ୱାରା ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପ ଶିଖରରେ ପହଞ୍ଚିପାରିବ ମାତ୍ର ବାରିପଦା ପୂର୍ତ୍ତ ବିଭାଗ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ସୁରକ୍ଷା କୁ ପ୍ରାଧାନ୍ୟ ଦେବା ବଦଳରେ ସେଠାରେ ଇ -କ୍ଲାସ କରିବେ ବୋଲି ଟେଣ୍ଡର ପ୍ରକ୍ରିୟା ସାରି ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେବା ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ମାସ ୫ତାରିଖ ବାରିପଦା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଘେରାଓ କରାଯିବ ବୋଲି ସଂଗଠନ ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |