Onn 3

ବିଦ୍ୟୁତ ଆଘାତରେ ଟଳି ପଡିଲେ ଯୁବକ

State

ele

ପାରଳାଖେମୁଣ୍ଡି: ଗଣେଶ ପୂଜା ପୂର୍ବରୁ ଅଘଟଣ ।  ଗଣେଶ ମଣ୍ଡପରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ।  ଘଟଣା ଘଟିଛି ଗଜପତି ଜିଲ୍ଲାରେ ।   ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ମୃତ ଯୁବକଙ୍କ ନାଁ ଜେ.ଖଗେଶ ।  ଗତକାଲି ରାତିରେ ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିଲେ । ଅସାବଧାନତାବଶତଃ ହଠାତ ସେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ  ଭର୍ତ୍ତି କରାଯାଇଥିଲା ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରାଣ୍ଡି ପୋଲିସ ପହଞ୍ଚି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନାଥାଉ କି, ଗଣେଷ ପୂଜା ପୂର୍ବରୁ ଯାଜପୁର ଜିଲ୍ଲାରେ ମଧ୍ୟ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛି ।  ଯାଜପୁର ଜିଲ୍ଲା ବରି ବ୍ଲକର ବାଲିବିଲ ପଞ୍ଚାୟତରେ   ୫/୬ ଜଣ ଯୁବକ ଗଣେଶ ପୂଜା କରିବେ ବୋଲି ଏକ ମୂର୍ତ୍ତି ନେଇ ଟ୍ରାକ୍ଟର ଯୋଗେ ଘରକୁ ଫେରୁଥିଲେ । ଅଧାବାଟରେ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ଗଣେଶ ମୂର୍ତ୍ତିଟି ଲାଗି ଯାଇଥିଲା । ଫଳରେ ଗାଡ଼ିଟି ପୂରା ଚାର୍ଜ ହୋଇ ଯାଇଥିଲା । ଫଳରେ ଯୁବକମାନେ ଟ୍ରାକ୍ଟର ତଳକୁ ଛିଟିକି ପଡିଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲେ । ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା ।