Mah.webp.webp

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1, ପୃଥିବୀ ଛାଡିଲା ମହାକାଶଯାନ

National & International State

mah

ସୂର୍ଯ୍ୟ ମିଶନରେ ଆଗକୁ ବଢୁଛି ଆଦିତ୍ୟ L1 ।  ପୃଥିବୀ ଛାଡିଲା ମହାକାଶଯାନ । ସଫଳତାର ସହ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରିଛି । ପୃଥିବୀ କକ୍ଷପଥରୁ ବାହାରି ଆଦିତ୍ୟ L-1 ଲାଗ୍ରାଞ୍ଜ ପଏଣ୍ଟ ଆଡକୁ ଯାତ୍ରା ଆରମ୍ଭ କରିଛି ।  ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂର ।  ପୃଥିବୀ ଓ ସୂର୍ଯ୍ୟ ମଝିରେ ରହିଛି ଏହି ଲାଗ୍ରାଞ୍ଜ ପଏଣ୍ଟ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ବାହାରି ଯାଇଛି ଆଦିତ୍ୟ L1।  ଲାଗ୍ରାଞ୍ଜିଆନ୍ ପଏଣ୍ଟ ଚାରିପଟରେ ଏକ ହାଲୋ  କକ୍ଷପଥରେ ମହିକାଶଯାନକୁ ଅବସ୍ଥାପିତ କରାଯିବ । ଆଦିତ୍ୟ L1 ମହାକାଶଯାନ ସୂର୍ଯ୍ୟ ଉପରେ ଅଧିକ ଅଧ୍ୟୟନ କରିବ । ଏଥିରେ ରହିଛି ୭ଟି ଭିନ୍ନ ଭିନ୍ନ ପେଲୋଡ୍ । ୪ଟି ସୂର୍ଯ୍ୟଙ୍କ ଆଲୋକକୁ ଦେଖିବ ଓ ୩ଟି ପେଲୋଡ୍ ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ପରିମାପ କରିବ ।