Beaten To Death.jpg

RWSS କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ବାଟର୍ସରୁ ମୃତଦେହ ଉଦ୍ଧାର

Crime State

beaten-to-death

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ RWSS ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ଯୁ । ସରକାରୀ କ୍ବାଟର୍ସରୁ ସଞ୍ଜୟ କୁମାର ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଆଜି ସକାଳେ ଅଫିସର ଅନ୍ଯ କର୍ମଚାରୀମାନେ ପ୍ରଥମେ ମୃତଦେହ ଦେଖି ବାଲିଆପାଳ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧର କରି ବ୍ଯବଛେଦ ପାଇଁ ପଠାଇଛି । ସଞ୍ଜୟ କୁମାରଙ୍କ କିଭଳି ମୃତ୍ୟୁ ହେଲା ? ଆତ୍ମହତ୍ୟା କରିଛନ୍ତି କି ସଞ୍ଜୟ କୁମାର ନାୟକ ? ଅଧିକ ଖୋଳତାଡ କରୁଛି ପୋଲିସ ।