Onn 3

ବଡ ସାଇବର କ୍ରାଇମ ଗ୍ୟାଙ୍ଗର ପର୍ଦାଫାଶ କଲା ରାଉରକେଲା ପୁଲିସ

State

c86d0ccf-616f-4c16-b7e5-2f6f33a6b20e-750x430

ରାଉରକେଲା: ରାଉରକେଲା ପୁଲିସ ଆଜି ଏକ ବଡ ସାଇବର କ୍ରାଇମର ପର୍ଦାଫାଶ କରିଛି | କ୍ରିପଟୋ କରେନସି ନାଁ ରେ ଦୀର୍ଘ ଦିନରୁ ଚଳେଇଥିଲେ ଅନଲାଇନରେ ଫ୍ରଡ଼ କାରବାର ଚାଲିଥିବାବେଳେ ଆଜି ପୁଲିସ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିଛି | ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପାଖାପାଖି ୨୦୦ ସିମରୁ ଏହି କାରବାର କରୁଥିଲେ | କମ୍ବୋଡିଆରୁ ଚାଲିଥିଲା ଏହି କାରବାରର ସିଣ୍ଡିକେଟ |
ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନେ ଛତିଶଗଡ଼ ଦୁର୍ଗ ଅଂଚଳର ବୋଲି ଜଣାପଡିଛି | ସାଇବର କ୍ରାଇମ ଓ ଇକୋନମିକ ଅଫେନ୍ସ ଆଇନରେ ମାମଲା ରୁଜୁ କରାଯାଇଥିବାବେଳେ ଏମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରାଯାଇଛି | ସୋସିଆଲ ସାଇଟରେ ବିଭିନ୍ନ ପ୍ରଲୋଭନ ଦେଖାଇ ଏମାନେ ଠକୁଥିଲେ |