Onn 3

ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଆଧ୍ୟାତ୍ମିକ ସ୍ମୃତିଚାରଣ

State

ନିଶ୍ଚିନ୍ତକୋଇଲି : କେରିଲୋ ପଞ୍ଚାୟତ ୩ନଂ ୱାର୍ଡ଼ର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଙ୍ଗାଧର ରାଉତଙ୍କ ପତ୍ନୀ ସ୍ୱର୍ଗତ ସେବଲତା ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମୃତିଚାରଣ କରାଯାଇଛି । ପୁରୀ ଆର୍ନ୍ତଜାତୀୟ ଚାରଣ ଗୋଷ୍ଠୀ ଅସୁରେଶ୍ୱର ମଣ୍ଡଳ ପକ୍ଷରୁ ଜିଲ୍ଲା ସଂଗଠକ ସରୋଜ କୁମାର ମଲ୍ଲଙ୍କ ସଂଯୋଜନାରେ ଶ୍ରୀ ଶ୍ରୀ ବିଷ୍ଣୁ ସହସ୍ର ନାମ, ଚାରଣୀୟ ସମାବେଶ ସମୂହ ସଂକୀର୍ତ୍ତନ ଓ ଘୃତା ଆହୁତୀ ଯଜ୍ଞ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଂଗଠକ କୁଳମଣୀ ସାହୁ , ପ୍ରତାପକିଶୋର ମହାନ୍ତି, ଭରତଚନ୍ଦ୍ର ସାହୁ, ପ୍ରଭାକର ମଲ୍ଲ, ପ୍ରମୋଦ କୁମାର ମଲିକ, ନୃସିଂହଚରଣ ରାଉତ ଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥ ଙ୍କ ଠାରେ କାମନା କରିଛନ୍ତି ।

ଏହି ଅବସରରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ଼ଃ.ବାବାଜୀ ପଟ୍ଟନାୟକ ,ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଗିରିଶରଂଜନ ସାହୁ, କଲେଜ ଅଧ୍ୟକ୍ଷ ଜ୍ଞାନରଂଜନ ଦାସ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ,ସାହିତ୍ୟିକ ପନଙ୍ଗଭୂଷଣ ଦାସ, ମିହିର କୁମାର ପଣ୍ଡା, ଅଭିରାମ ଦାସ, ସରପଞ୍ଚଙ୍କ ପ୍ରତିନିଧି ଅଜିତ ନାୟକ,ବ୍ରଜମୋହନ ପଣ୍ଡାଙ୍କ ସମେତ ବହୁ ଜନପ୍ରତିନିଧି ଯୋଗ ଦେଇ ସ୍ୱର୍ଗତ ସେବଲତାଙ୍କ ସ୍ମୃତିଚାରଣ କରିଥିଲେ । ଅଧ୍ୟାପକ ଡ଼ଃ.ବିଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।