Onn 3

ଗୀତା ଜୟନ୍ତୀରେ ଧର୍ମପ୍ରାଣ ପ୍ରହଲ୍ଲାଦ ଦାସଙ୍କ ଦେହାନ୍ତ

State

ନିଶ୍ଚିନ୍ତକୋଇଲି : କେଣ୍ଟାଳ ପଞ୍ଚାୟତ ମଲ୍ଲୀପୁର ଗ୍ରାମର ଧର୍ମପାରାୟଣ ପ୍ରହଲ୍ଲାଦ ଦାସ(୯୩)ଙ୍କ ନିଜ ବାସଭବନରେ ଶନିବାର ପରଲୋକ ହୋଇଛି । ଚାକିରୀରୁ ଅବସର ନେଲାପରେ ଭାଗବତ ଗୀତାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ଗୀତା ଯଜ୍ଞ,ଭାଗବତ ପାରାୟଣ ସମେତ, ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ । ସେଥିପାଇଁ ପବିତ୍ର ଗୀତା ଜୟନ୍ତୀରେ ତାଙ୍କର ଦେହାନ୍ତ ହୋଇଥିବାରୁ ଆଧ୍ୟାତ୍ମିକବାଦୀଙ୍କ ମହଲରେ ବିଭିନ୍ନ ଚର୍ଚ୍ଚା ଚାଲିଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତୁରା ପ୍ରଣୟ ଦାସ , ଶ୍ରୀନିବାସ ଦାସ, ଅଲେଖ ଦାସ ,ଗୋଲଖ ଦାସ, ରାହାସ ଦାସ, ଭଣଜା ରାଜକିଶୋର ଦାସ, ନାତୀ ରାଜକିଶୋର ଦାସ, ସାଇସୁମନ ଦାସ, ବିଜୟ ଦାସ, ଉମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଖବର ପାଇ ଶିକ୍ଷାବିତ୍ ଧରଣୀଧର ବେହେରା, ପୁରୁଷୋତ୍ତମ ଦାସ, କାର୍ତ୍ତିକ ଚନ୍ଦ୍ର ଦାସ, ଶାରଦା ନାୟକ, ପ୍ରମୋଦ ଦାଶ, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ସମିତିସଭ୍ୟ ଇମ୍ରାନ୍ ଖାଁ ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ଦାସ ମୁଖାଗ୍ନୀ ଦେଇଥିଲେ ।