Onn 3

ଯୁବ ଓଡ଼ିଶା ସାଂସ୍କୃତି କାର୍ଯ୍ୟକ୍ରମର ପୁରସ୍କାର ବିତରଣ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକଳାପର ପୁରସ୍କାର ବିତରର ଉତ୍ସବ ଅନୁଷ୍ଠିତ ହୋଇଛି । ଶିକ୍ଷା ବିଭାଗର ମୁଖ୍ୟ ପ୍ରଧ୍ୟାପକ ଡ଼ଃ.ସୁଚିତ୍ର କୁମାର ସାହୁଙ୍କ ପୌରହିତ୍ୟ ଏବଂ ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ.ଅଲେଖ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ପରିଷଦର ସଭାପତି ପ୍ରଫେସର ପଲ୍ଲଭ ଚକ୍ରବର୍ତ୍ତୀ ଯୋଗ ଦେଇ କୃତୀ ଯୁବ ବର୍ଗଙ୍କୁ ପୁରସ୍କାର ବିତରଣ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସୁପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତୀ ଭାରତୀ, ଦୀପକ ଦ୍ୱିବେଦୀ , ଅଧ୍ୟାପିକା ସ୍ୱୟଂପ୍ରଭା ସାମଲ, ଦେବଜାନୀ ସିହ୍ନା, ପୁଷ୍ପଲତା ବେହେରା, ସୁମନରାଣୀ ବେହେରା, ସ୍ନେହସ୍ମିତା କର, ଆଲିୟା ଜାବିନ୍ ମୁସ୍ତାଫା, ସମୀକ୍ଷା ଦାସ, ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ସୁମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।