Onn 3

ବାର୍ଷିକ କ୍ରୀଡ଼ାର ପୁରସ୍କାର ବିତରଣ : କ୍ରୀଡ଼ା ଓ ବ୍ୟାୟାମରେ ସୁସ୍ଥ ମାନସିକତା ସମ୍ଭବ

State

ନିଶ୍ଚିନ୍ତକୋଇଲି : ଶରୀରର ବିକାଶ କ୍ଷେତ୍ରରେ ଦୈନନ୍ଦିନ ବ୍ୟାୟାମ ଓ କ୍ରୀଡ଼ା ଆବଶ୍ୟକ । ଅଭ୍ୟାସ ଦ୍ୱାରା କ୍ରୀଡ଼ାରେ ସଫଳତା ମିଳିପାରେ । ପ୍ରତ୍ୟେକ ଦିନ ପାଠପଢିବା ସହିତ କ୍ରୀଡ଼ା ଓ ବ୍ୟାୟାମ କରିବା ଦ୍ୱାରା ସୁସ୍ଥ ମାନସିକତା ସୃଷ୍ଟି ହୁଏ । ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀମାନେ ଏଥ୍‌ôପ୍ରତି ଗୁରୁତ୍ୱ ଦେବା ପାଇଁ ସୁକରପଡ଼ା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନଶିକ୍ଷକ ସୌଭାଗ୍ୟ କୁମାର ବରାଳଙ୍କ ସଭାପତିତ୍ୱରେ ଉକ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ସରପଞ୍ଚ ମନୋଜ କୁମାର ମଲିକ ଉଦ୍‌ଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମୀନାରାୟଣ ରାଉତ, ପାର୍ବତୀ ନନ୍ଦ,ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟାପକ ଜଗବନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଦାମୋଦର ସ୍ୱାଇଁ ଙ୍କ ପୌରହିତ୍ୟରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ପାଇଁ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲିକ, ସିଆରସିସି ମହାମେଘବାହନ ସ୍ୱାଇଁ, ପୂର୍ବତନ ସରପଞ୍ଚ ମୃତ୍ୟୁଞ୍ଜୟ ସ୍ୱାଇଁ, ପୂର୍ବତନ ସମିତିସଭ୍ୟ କଲାମୁଦ୍ଦିନ୍ ଖାଁ, ଜ୍ୟୋତିପ୍ରକାଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ କ୍ଷଣପ୍ରଭା ଭୋଇ,ଅମା ମୁଦ୍ଦିନ୍‌, ସ୍ମୃତି ଭୋଇ, ଆୟୁଷ ଭୋଇ, ନୁରସତ୍ ଜମାଲ, ସେକ୍ ମୁସେଫ ଅଲ୍ଲୀ, ସୁଶ୍ରୀ ଆଦ୍ୟାଶା ସାହୁ, ସ୍ମୃତିରଂଜନ ସାହୁ, ବିଷ୍ଣୁପ୍ରିୟା ପୃଷ୍ଟି, ଦିପ୍ତିଶିଖା ମହାରଣା, ରଶ୍ମିତା ବେହେରା ପ୍ରମୁଖ ଶ୍ରେଷ୍ଠ ପୁରସ୍କାର ପାଇଥିଲାବେଳେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କ୍ରୀଡ଼ା ଶିକ୍ଷୟିତ୍ରୀ ଭୋଳଙ୍କ ନେତୃତ୍ୱରେ ଅନୁରିତା ଶତପଥୀ, ସଂଜୀତା ଖାନମ୍ , ଅଲ୍ଲମ ଖାଁ, ପ୍ରଭାତ ଦାସ , ସୁଶାନ୍ତ ମାଝୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।