Onn 3

ସେପ୍ଟେମ୍ବର 26ରୁ ସମୂହ ଛୁଟିରେ ଯିବେ ହାଇସ୍କୁଲ ଏନ.ପି.ଏସ. ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରାଥମିକ ବିଦ୍ୟାଳୟ ଭଳି ହାଇସ୍କୁଲରେ ବି ପଡିବ ତାଲା

State

ବାରିପଦା: ଦୁଇ ଦଫା ଦାବି ପୂରଣ ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ସଚିବଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆଜି ଦାବିପତ୍ର ପ୍ରଦାନ କରିଛି  ଓଡିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ଏନ.ପି.ଏସ. ଶିକ୍ଷକ ସଂଘ,ମୟୁରଭଞ୍ଜ lଆଜିକୁ କିଛି ମାସ ପୂର୍ଵରୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତି ଘୋଷଣା କରିଥିଲେ |ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ପ୍ରଥାର ଉଛେଦ କରିଥିଲେ | ଯେଉଁ ମାନେ ଚୁକ୍ତିଭିତ୍ତିକ/ଠିକା ଭାବେ ଓଡିଶା ସରକାରଙ୍କ ଅଧୀନରେ ଚାକିରୀ କରୁଥିଲେ ସେମାନେ ନିୟମିତ ହେବେ ବୋଲି ସରକାର ବିଧିବୋଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ କଲେ | ଏହି ବିଜ୍ଞପ୍ତି ଘୋଷଣା ପରେ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ  ବିଜ୍ଞପ୍ତିକୁ ନେଇ ବହୁ ଅସଙ୍ଗତି ସୃଷ୍ଟି ହେଲା| ବିଜ୍ଞପ୍ତି ଅନୁସାରେ 2013 ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଅନୁସାରେ ଯେଉଁମାନେ ନିଯୁକ୍ତି ପାଇଁଛନ୍ତି କେବଳ ସେହିମାନେ ହିଁ ଉପକୃତ ହେବେ ବୋଲି ଉଲ୍ଲେଖ ଥିଲା,ଅର୍ଥାତ 2004 ରୁ 2013-14 ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ବିଜ୍ଞପ୍ତି ଅନୁସାରେ କୌଣସି ସୁବିଧା ପାଇବେନି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଲା ଏବଂ 2013 ନିଯୁକ୍ତି ନିୟମରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନେ ଚାକିରୀର ଯୋଗଦାନ କରିଥିବା ପ୍ରଥମ ଦିନରୁ ତାଙ୍କର ଚାକିରୀ ସମୟକୁ ଗଣନା କରାଯିବ ସହ ତାଙ୍କୁ ନୋଶନାଲ ଇଂକ୍ରିମେଣ୍ଟ ପ୍ରଦାନ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ ଥିଲା | ତେଣୁ  ଶିକ୍ଷକ ଶିକ୍ଷକ ମଧ୍ୟରେ ବହୁ ଅସଙ୍ଗତି ସୃଷ୍ଟି ହେଲା l ଏହି ବିଜ୍ଞପ୍ତିରେ ରହିଥିବା ଶିକ୍ଷକ ଶିକ୍ଷକ ମଧ୍ୟରେ ପାତର ଅନ୍ତର ନୀତି ବିରୋଧରେ ପୁନର୍ବାର ସରକାର ବିଚାର କରନ୍ତୁ ଏବଂ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ନିଷ୍ପତି ଗ୍ରହଣ କରନ୍ତୁ ବୋଲି ନୂତନ ପେନସନ ଯୋଜନାଭୁକ୍ତ  ଶିକ୍ଷକ ସଙ୍ଘ ପକ୍ଷରୁ ସରକାରଙ୍କ ପାଖରେ ଦୃଢ ଦାବି ବାରମ୍ବାର ଜଣାଯାଇଥିଲା ଏବଂ ପରେ ସରକାର କୌଣସି ସମାଧାନ ନକରିବାରୁ ଦୁଇ ଦଫା ଦାବୀ ପୂରଣ ନେଇ ଦୁଇ ଦୁଇଟି ବଡ଼ ଆନ୍ଦୋଳନ ମଧ୍ୟ ହୋଇଥିଲା । ଏହି ଆନ୍ଦୋଳନରେ ଦାବୀ ପୁ୍ରଣ ନିମନ୍ତେ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ରାଜ୍ୟ ନେତୃତ୍ବ ମାନଙ୍କ ସହ ଆଲୋଚନା କରିବା ସହିତ  ପ୍ରତିଶୃତି ଦେଇଥିଲେ ଯେ, ଦୁଇଟି ଦାବୀ ପୂରଣ କରାଯିବ ବୋଲି।ପ୍ରତିଶୃତି ମିଳିବା ପରେ ରାଜ୍ୟ ସଂଘ ଚାଲିଥିବା ଆନ୍ଦୋଳକୁ ସ୍ଥଗିତ ରଖିଥିଲା।

କିନ୍ତୁ ଏହା ପରେ ମଧ୍ୟ ସରକାର କିଛି ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପେ ପ୍ରୋଟେକ୍ସନ ଭଳି ଏକ  ଅସାମ୍ବିଧାନିକ ପ୍ରଣାଳୀ ପ୍ରୟୋଗ କରି 2010 ରୁ 2016 ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦରମାକୁ ସମାନ କରିଦେଇ କିଛି ବର୍ଷ ଲେଖାଏଁ ଚୁକ୍ତିଭିତ୍ତିକ ଚାକିରି ସମୟକୁ ନିୟମିତ ଚାକିରୀ ଭାବେ ଯୋଗ କଲେ ଏବଂ 2004 ରୁ 2009 ବ୍ୟାଚରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୌଣସି ସୁବିଧା  ପାଇବାରୁ ସପୂର୍ଣ୍ଣ ଭାବରେ ବଞ୍ଚିତ କଲେ l ଯାହାକୁ ଓଡିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ  ଶିକ୍ଷକ ସଂଘ ସପୂର୍ଣ୍ଣ ଭାବରେ ବିରୋଧ କରୁଛି l

ତେଣୁ ଦୁଇ ଦଫା ଦାବି ପୂରଣ ପାଇଁ ଓଡିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ,ମୟୁରଭଞ୍ଜ ଆଜି ଦାବିପତ୍ର ପ୍ରଦାନ କରିଛି ଏବଂ 25 ତାରିଖ ସୁଧା ଦାବି ପୂରଣ ନହେଲେ ରାଜ୍ୟ ସଂଘର ଡାକରାରେ ଆସନ୍ତା ସେପ୍ଟେମ୍ବର 26 ତାରିଖରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି l ଦୁଇ ଦଫା ଦାବି ଯଥା:-୨୦୦୪ ରୁ ୨୦୧୩- ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ନିୟମିତ ଚାକିରି କାର୍ଯ୍ୟ ସମୟ ସହ ଯୋଗ କରିବା ସହ ୬ ଗୋଟି ନୋସ୍ନାଲ୍ ଇନ୍କ୍ରିମେଣ୍ଟ୍ ପ୍ରଦାନ କରିବା ଏବଂ ପୂରୁଣା ପେନସନ ପ୍ରଦାନ କରିବା,ଆଦି ଦାବି ନେଇ ରାଜ୍ୟ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଡା ଚେତାବନି ଦେଇଛନ୍ତି ରାଜ୍ୟ ସଂଘର ଆବାହକ ଶ୍ରୀଯୁକ୍ତ ବିଶ୍ୱଜିତ ବିଶ୍ୱାଳ।ସରକାରଙ୍କର ଏହି ଶିକ୍ଷକ ମାରଣା ନିତିକୁ ଦୃଢ ଜବାବ ଦିଆଯିବ ବୋଲି ମୟୁରଭଞ୍ଜ ଜିଲ୍ଲା ସଂଘର ସଭାପତି ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ କହିଛନ୍ତି l ଆନ୍ଦୋଳନ ହେଲେ ବିଦ୍ୟାଳୟ ମାନଙ୍କରେ ଯାହା ବି ପାଠ ପଢାରେ ବ୍ୟାଘାତ ହେବ ତାହା ପାଇଁ ସରକାର ଦାୟୀ ରହିବେ ବୋଲି ସମ୍ପାଦକ ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ଦାଶ,ଆବାହକ ତପନ କୁମାର ବାରିକ,କୋଷାଧକ୍ଷ ଭୀଷ୍ମଦେବ ମହାନ୍ତ, ବିକାଶ ମାଈତି, ପ୍ରକାଶ ପ୍ରଧାନ, ରାଣୀ ମାର୍ଣ୍ଡି, ଆରତୀ ଟୁଡୁ, ରଘୁନାଥ ନାୟକ, ସୁମିତ୍ରା ଦାସ, କଳ୍ପନା ନନ୍ଦୀ, ସୁଜାତା ଭଦ୍ର, ମଞ୍ଜୁଶ୍ରୀ ସାହୁ,ସୁପ୍ରିୟା ତରାଇ, ପଦ୍ମାବତୀ ହାଁସଧା,ମାନସୀ ସି, ରଶ୍ମି ସଏ, କୁଳମଣି ଭୋଇ, ପ୍ରଭାତ ଜେନା,ରାଜେଶ ଶୁଭଙ୍କର,ସୁରେଶ ଚନ୍ଦ୍ର ମହନ୍ତ, ଅତସୀ କୁଣ୍ଡୁ, ଆଶିଷ ମହାନ୍ତ, ଅଜିତ ମହାନ୍ତି, ମାଳତୀ ହେମ୍ବ୍ରମ, ମୁରଲୀ ଧଳ, ପ୍ରିୟବ୍ରତ ବେହେରା, କବିତା ନାୟକ, ସୂର୍ଯ୍ୟ ପ୍ରକାଶ ନାୟକ,ପ୍ରଭାତ ପଣ୍ଡିତ,ମନୋଜ ପରିଡା,ସରୋଜ ମହାନ୍ତ,ତପନ ଓଝା,ଜୟନ୍ତ ପାତ୍ର,ସ୍ଵାଶ୍ୱତ ବେହେରା   ସୂଚନା ଦେଇଛନ୍ତିI