Onn 3

ତିନି ଦିଅଁ ଙ୍କ ବିଭିନ୍ନ ବେଶରେ ଭକ୍ତ ଙ୍କୁ ଦର୍ଶନ

Religion and Cult State

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ରୁ ତିନି ଠାକୁର ଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ମାଉସୀମା ମନ୍ଦିର ରେ ପହଞ୍ଚିବା ପରେ ତିନି ଦିଅଁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ , ବଡ ଠାକୁର ପ୍ରଭୁ ବଳଭଦ୍ର , ମା ସୁଭଦ୍ରା ମାଉସୀମା ମନ୍ଦିର ଠାରେ ସାତ ଦିନରେ ସାତ ବେଶରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।

ଗତକାଲି ରବିବାର ନୃସିଂହ ବରାହ ଅବତାର ରେ ସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଥିବାବେଳେ ଆଜି ସୋମବାର ବାମନ ପର୍ଶୂରାମ ଅବତାର ରେ ସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି । ସେହିପରି ସାନ ଜଗନ୍ନାଥ ମନ୍ଦିରରେ ମଧ୍ୟ ମାଉସୀମା ମନ୍ଦିର ରେ ରବିବାର ଏବଂ ସୋମବାର ଦିଇଦିନ ତିନି ଦିଅଁ ନୃସିଂହ ବରାହ ଅବତାର ଏବଂ ବାମନ ପର୍ଶୂରାମ ଅବତାର ବେଶରେ ସୁସଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।