Bus Transformed 750x430 1

ଚଳନ୍ତା ବସରେ ହଠାତ୍ ଅସୁସ୍ଥ ହୋଇପଡିଲେ ଡ୍ରାଇଭର, ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍

State

କଟକ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଟକରେ । ଚଳନ୍ତା ବସରେ ଘଟିଛି ଦୁର୍ଘଟଣା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ଚଳନ୍ତା ବସରେ ହଠାତ୍ ଡ୍ରାଇଭର ଅସୁସ୍ଥ ହୋଇପଡିଥିଲେ। ଫଳରେ ବସଟି ଭାରସାମ୍ୟ ହୋଇ ରାସ୍ତା କଡ଼ରେ ଥିବା ଲୁହା ବାଡରେ ଯାଇ ପିଟିଥିଲା।

ବସଟିର ବେଗ ଏତେ ଦ୍ରୃତ ଥିଲା ଯେ ଫଳରେ ବାଡ଼ରେ ପିଟି ହୋଇ ତାହା ଭାଙ୍ଗି ଯାଇଥିଲା। ଯାହାଫଳରେ ସିଧା ରାସ୍ତା କଡ଼କୁ ଯାତ୍ରୀବାହୀ ବସଟି ଖସିପଡିଥିଲା। କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ 30ରୁ ଊର୍ଦ୍ଧ୍ୱ ଯାତ୍ରୀ। ମା ଭୁବନେଶ୍ୱରୀ ନାମକ ଏହି ଘରୋଇ ବସଟି ଭୁବନେଶ୍ୱରରୁ ଦେବଦଡ଼ କୁଚିଣ୍ଡା ଯାଉଥିଲା। ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖୁଣ୍ଟୁଣୀ ଗୋଲେଇ ଛକ ନିକଟରେ ଏହି ବସ୍ ଦୁର୍ଘଟଣା ଘଟିଛି।

ସୂଚନା ପାଇବା ପରେ ଖୁଣ୍ଟୁଣୀ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ବସ୍ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ପରେ ଏକ କ୍ରେନ୍ ବ୍ୟବହାର କରି ବସଟିକୁ ଉଦ୍ଧାର କରାଯାଇଛି।