Rajanagar 4

ଅଲିଭ ରିଡଲେ ସୁରକ୍ଷା ପାଟ୍ରୋଲିଂ ବେଳେ ଆକ୍ରମଣ

State

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଆକ୍ରମଣ । ଗତକାଲି ବନବିଭାଗର ଏକ ୧୧ ଜଣିଆ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ଅଞ୍ଚଳକୁ ଯାଇଥିଲେ । ମହାନଦୀ ପାଖରେ ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ । ଏତିକି ବେଳେ ୧୫ରୁ ୨୦ ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିବା ଦେଖି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଟ୍ରଲର ଗୁଡ଼ିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମ୍ କୁ ଘେରି ଯିବା ସହ ଆକ୍ରମଣ କରିଥିଲେ । ଏହି ସମୟରେ ବନବିଭାଗ କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ ।

ସୂଚନା ଥାଉକି ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ଗହୀରମଥାର ନୀଳ ଜଳରାଶି ଅନେକ ଥର ରକ୍ତ ରଞ୍ଜିତ ହୋଇଛି । ବର୍ତ୍ତମାନ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ସମୁଦ୍ର କୂଳରେ ସାମୂହିକ ଅଣ୍ଡାଦେବା ପାଇଁ ରୁଣ୍ଡ ହୋଇଛନ୍ତି । ଫଳରେ ସମୁଦ୍ର ଭିତରେ ମାଫିଆଙ୍କ ଚଳପ୍ରଚଳ ମଧ୍ୟ ବଢ଼ିଛି । ଏହି ଘଟଣା ପରେ ବନ ବିଭାଗ ତରଫରୁ ଟ୍ରଲର ମାଫିଆଙ୍କ ନାଁରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।