Onn 3

ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାରେ ଗ୍ଲୁକୋମା ଦିବସ ପାଳିତ

State

ସାଲେପୁର : ଗତ ରବିବାର ଅପରାହ୍ନ ୪ ଘଟିକାରେ ସାଲେପୁର ନିକଟସ୍ଥ ପିକୋଳସ୍ଥିତ ‘ବିଜ୍ଞାନପ୍ରଚାର ସମିତି’ ସାଲେପୁର ଶାଖାର ଉନବିଂଶତମ ଅଧିବେଶନ ‘ଗ୍ଲୁକୋମା’ ଦିବସ ପାଳନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା | ବିଜ୍ଞାନ ପ୍ରଚାର ସମିତିର ଆବାହକ ଅବସରପ୍ରାପ୍ତ ପ୍ରଶାସକ ସୁକାନ୍ତକିଶୋର ମହାନ୍ତିଙ୍କ ସ୍ବାଗତଭାଷଣ ପରେ ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷା ମେଜର ମଞ୍ଜୁଶ୍ରୀ ପତି ଗ୍ଲୁକୋମା  କିପରି ବର୍ତ୍ତମାନ ସମାଜରେ ଜନସାଧାରଣଙ୍କର ନିୟମିତ ଚକ୍ଷୁପରୀକ୍ଷାରେ ଅମନଯୋଗିତା ପାଇଁ ଅନ୍ଧତ୍ବ ସୃଷ୍ଟି କରୁଛି ତଥା ଗ୍ଲୁକୋମାର କାରଣ ଓ ନିରାକରଣ ର ଉପାୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ |

1a358df4 1a5e 4a9b A028 93ee8fc89187
ଅନୁଷ୍ଠାନର ଉପସଭାପତି ସେଣ୍ଟ ଜନ୍ ଆମ୍ବୁଲାନ୍ସର ବରିଷ୍ଠ ତାଲିମଦାତା ଅଧ୍ୟାପକ ବିପିନ ବିହାରୀ କର ପ୍ରୋଜେକ୍ଟର ମାଧ୍ୟମରେ ଆଖିଭିତରେ ପାଣି ଜମିବା ଯୋଗୁ ସୃଷ୍ଟି ହେଉଥିବା ଚାପ ଓ ସ୍ନାୟବିକ କ୍ଷତି, ଜିନ୍‌ ମତ କାରଣ ଆଦିଯୋଗୁଁ ସୃଷ୍ଟ ଗ୍ଲୁକୋମାକୁ ନିୟନ୍ତ୍ରଣ ପାଇଁ ନିୟମିତ ବ୍ୟବଧାନରେ ଚକ୍ଷୁର ବ୍ୟାୟାମ ସମ୍ବନ୍ଧୀୟ ସରଳ ଉପାୟମାନ ପ୍ରଦର୍ଶନ କରିଥିଲେ |
ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ  ଉମେଶଚନ୍ଦ୍ର ପତି ଚକ୍ଷୁରୋଗର ନିରାକରଣ ନିମନ୍ତେ ଉଭୟ ବ୍ୟାୟାମ, ଓ ନିୟମିତ ଚକ୍ଷୁପରୀକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ |
ପ୍ରାକ୍ତନ ବିଜ୍ଞାନ ଶିକ୍ଷକ  ପ୍ରତାପ ଚନ୍ଦ୍ର ଜେନା ନିଜ ଅଭିଜ୍ଞତାରୁ କିପରି ଚକ୍ଷୁରୋଗରୁ ରକ୍ଷା ପାଇପାରିଥିଲେ ତାହା ବର୍ଣ୍ଣନା କରିଥିଲେ | ସାଲେପୁର କଲେଜର ବିଜ୍ଞାନ ଅଧ୍ୟାପକ ତଥା ଅନୁଷ୍ଠାନର ସଂପାଦକ  ମହେଶ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ | ଆଗାମୀ ମାସଗୁଡ଼ିକରେ ମହାବିଦ୍ୟାଳୟ ଓ ବିଦ୍ୟାଳୟସ୍ତରେ ବିଜ୍ଞାନକୁ ଅଧିକ ଲୋକାଭିମୁଖୀ କରିବାକୁ ପ୍ରସ୍ତାବ ଦେଇଥିଲେ |