Remains

ମେଣ୍ଢା ମାଂସ ପାଇଁ ତିନି ଦିନ ଧରି ହୋଇପାରିଲାନି ଶବ ସତ୍କାର

State

ବାରିପଦା:  ମେଣ୍ଢା ମାଂସ ପାଇଁ ତିନି ଦିନ ଧରି ହୋଇପାରିଲାନି ଶବ ସତ୍କାର । ଏହିପରି ଏକ ଘଟଣା ଦେଖିବାକୁ ମିଳିଅଛି ମୟୁରଭଞ ଜିଲା ଜୟବିଲା ଗ୍ରାମରେ । ଉକ୍ତ ଗ୍ରାମର ସୋମବାରୀ ସିଂ ଙ୍କ ଦେହ ଅସୁସ୍ଥତା କାରଣରୁ ଶନିବାର ଦୁଇପ୍ରହର ସମୟରେ ମୃତ୍ୟୁ ଘଟିଥିଲା । ସୋମବାରୀ ଙ୍କ ପରିବାରବର୍ଗ ଶବ କୁ ସତ୍କାର କରିବା ପାଇଁ ଗ୍ରାମବାସୀ ଙ୍କ ଡାକିବାରୁ ଗ୍ରାମବାସୀ ଏଥିରେ ସହଯୋଗ କରିବାପାଇଁ ମନାକରିଦେଇଥିଲେ । ତେଣୁ ଶବ ସତ୍କାର ହୋଇନପାରି ତିନିଦିନ ଧରି ଶବ ପଡିରହିଥିଲା । ଗ୍ରାମବାସୀ ଛେଳି କିମ୍ବା ମେଣ୍ଢା ଗୋଟିଏ ନଦେଲେ ଶବ ସତ୍କାର ରେ ସହଯୋଗ କରିବେନାହିଁ ବୋଲି ମନାକରିଦେଇଥଲେ । ସୋମବାରୀ ଙ୍କ ପୁଅ ପୂର୍ବରୁ ବିବାହ କରିଥିଲା । ମାତ୍ର ବିବାହ ସମୟରେ ତାଙ୍କ ଜାତି ପ୍ରଥା ଅନୁଯାୟୀ ଝିଅ ଘର ତରଫରୁ ଗ୍ରାମବାସୀ ଙ୍କୁ ଖାଇବାକୁ ଦେଇନଥିଲେ । ସୋମବାରୀ ଙ୍କ ପୁଅ କହିଥିଲେ ମା ର କାମ ସମୟରେ ଦେବେବୋଲି । ତେଣୁ ଏହି କଥାକୁ ନେଇ ଗ୍ରାମାବାସୀ ଜିଦି ଧରି ବସି ଶବ ସତ୍କାର ରେ ସହଯୋଗ କରିନଥିଲେ । ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ସୋମବାରୀ ର ପୁଅ ପୂର୍ବରୁ ଦୁଇ ଜଣ ଙ୍କୁ ବିବାହ କରିଥିଲେ । ସେମାନଙ୍କର ପିଲା ଛୁଆ ନହେବାରୁ ସେମାନଙ୍କୁ ଛାଡି ଦେଇଥିଲା । ପରେ ଆଉ ଗୋଟି ସ୍ତ୍ରୀ କୁ ବିବାହ କରିଅଛି । ତାର ଦୁଇଗୋଟି ଛୁଆ ମଧ୍ୟ ଅଛନ୍ତି । ଏ କଥା ଜଣାପଡିବାପରେ ସେଠାକୁ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିଥିଲେ । ଶେଷରେ ଗ୍ରାମବାସୀ ଙ୍କ ଜିଦି ଆଗରେ ସୋମବାରୀ ଙ୍କ ପରିବାରବର୍ଗ ରାଜି ହୋଇଥିଲେ ।