Photo For The News Of Heavy Vehicle

ଦିନବେଳା ଭାରୀଯାନ ଚଳାଚଳକୁ ବିରୋଧ

State

ଆଗରପଡ଼ା:ଦୀର୍ଘ ଦିନ ହେଲା ଆଗରପଡ଼ା ମୁଖ୍ୟ ରାସ୍ତା ଦେଇ ଦିନବେଳା ଭାରୀଯାନ ଚଳାଚଳକୁ ବନ୍ଦ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବି ହେବା ସହ ଦାବିପତ୍ର ମଧ୍ୟ ପ୍ରଶାସନକୁ ଦିଆଯାଇଥିଲା । ମାତ୍ର କୌଣସି ସୁଫଳ ମିଳିପାରିନଥିଲା । ଶୁକ୍ରବାର ଆଇନଜୀବୀ ଚିନ୍ମୟ ମହାପାତ୍ର, ଯୁବନେତା ବୁଟୁ ପାଢୀ, ଅଶୋକ ପରିଡ଼ା, ଶୁଭେନ୍ଦୁ ବେହେରା, ପ୍ରଫୁଲ୍ଲ ମହାନ୍ତି, କାଠିଆ ପାଢୀ, କହ୍ନେଇ ଜେନା, ଗୋପାଳକୃଷ୍ଣ ଦାଶ, ନରେଶ ନାୟକ, ଟୁନା ଜେନା ଏବଂ କାର୍ତ୍ତିକ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳବାସୀ ଆଗରପଡ଼ାକୁ ଥିବା ସମସ୍ତ ପ୍ରବେଶ ରାସ୍ତାରେ ବାଲି,ଚିପ୍ସ ଆଦି ବୋଝେଇ ଭାରୀଯାନ ଗୁଡ଼ିକୁ ଅଟକାଇଥିଲେ । ଏଥିରେ ସ୍ଥାନୀୟ ଥାନା ଅଧିକାରୀ ଜନସାଧାରଣଙ୍କ ଦାବିକୁ ହୃଦୟଙ୍ଗମ କରି ଦିନ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରୀଯାନ ଗୁଡ଼ିକ ଚଳାଚଳ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶରେ ଗାଡ଼ି ମାଲିକମାନେ ନିଜର ସହମତି ପ୍ରଦାନ କରିଥିବାର ଜଣାପଡ଼ିଛି ।