Img 20240318 Wa0169

ଶୀତଳ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ

State

ବାରିପଦା: ବୁଢାବଳଙ୍ଗ ନଦୀକୂଳସ୍ଥ ଅନିଆଁପାଳ ଗ୍ରାମରେ ଆସନ୍ତା ୨୧ ତାରିଖ ଦିନ ଏକ ବୃହତ ମାଆ ଶୀତଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି l ମା ଭଗବତୀ ପୂଜା କମିଟିର ସଭାପତି ଘନଶ୍ୟାମ ଦେଙ୍କ ସଭାପତିତ୍ୱରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ଦିନ ୫00 ଜଣ ମହିଳାଙ୍କ ଦ୍ୱାରା ଏକ କଳସ ଯାତ୍ରା ଅନୁଷ୍ଠିତ ହେବ l ୨୨ ତାରିଖ, ୨୩ ତାରିଖ ଓ 24 ତାରିଖ ଦିନ ବିଭିନ୍ନ ପୂଜା, ଯଂଜ୍ଞ କର୍ମ, ଗୀତା ଯଂଜ୍ଞ, ଚଣ୍ଡୀ ଯଂଜ୍ଞ, ସର୍ବସାଧାରଣ ପୂଜା, ପ୍ରସାଦ ସେବନ ଓ ରାତିରେ ପୌରାଣିକ ନାଟକ ଓ ହେମଘାଟ ପାଲ୍ଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ କରାଯାଇଛି l ବହୁ ଦୂରଦୁ୍ରାନ୍ତରରୁ ସାଧୁସନ୍ଥ ଯୋଗ ଦେବା ସହିତ ଦଶ ହଜାରରୁ ଅଧିକ ଲୋକଙ୍କ ସମାବେଶ ହେବାକୁହେବାକୁ ଯାଉଅଛି l ଆଜକୁ ୮0 ବର୍ଷରୁ ଅଧିକ ହେବ ଏକ ଅସ୍ଥାୟୀ ଘରେ ପୂଜା ପାଇ ଆସୁଥିବା ଥାନରେ ଗ୍ରାମବାସୀଙ୍କ ନିଜସ୍ୱ ଉଦ୍ୟମରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଉଛି ବୋଲି ମନ୍ଦିର କମିଟିର ସମ୍ପାଦକ ହରିହର ବେହେରା ସମସ୍ତ ବିବରଣୀ ପାଠ କରିଥିଲେ l କୋଷାଧକ୍ଷ ଚନ୍ଦନେଶ୍ୱର ଦେ କାର୍ଯ୍ୟକ୍ରମକୁ ସଫଳକରିବା ପାଇଁ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକରେ କମିଟିର ସମସ୍ତ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l