Onn 3

ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା 26 ଟି ଜିଲ୍ଲାରେ 124 ଟି ବସ ଷ୍ଟାଣ୍ଡ ର ଶିଳାନ୍ୟାସ ଓ 13 ଟି ଜିଲ୍ଲାରେ 21 ଟି ନୂତନ ବସ ଷ୍ଟାଣ୍ଡ ର ଉଦଘାଟନ

State

ବାରିପଦା : ଆଜି ଅପରାହ୍ନ ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ କର କମଳରେ ଭାରଚୁଏଲ ମୋଡ଼ ରେ ରାଜ୍ୟର 13 ଟି ଜିଲ୍ଲା ରେ 21 ଟି ନୂତନ ବସଷ୍ଟାଣ୍ଡ କୁ ରାଜ୍ୟ ବାସୀଙ୍କ ଉଦେଶ୍ୟ ରେ ଲୋକାର୍ପିତ କରିବା ସହିତ 26 ଟି ଜିଲ୍ଲାରେ 124 ଟି ନୂତନ ବସଷ୍ଟାଣ୍ଡ ର ଶିଳାନ୍ୟାସ କରିଛନ୍ତି  | 5ଟି ଉପକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଆମ ବସ ଷ୍ଟାଣ୍ଡ ଯୋଜନା ରେ ପ୍ରଥମ ପର୍ଯ୍ୟାୟ ରେ ନିର୍ମିତ 21 ଟି ନୂତନ ବସ ଷ୍ଟାଣ୍ଡ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାର ବେତନଟି ବସ ଷ୍ଟାଣ୍ଡ କୁ ଉଦଘାଟନ କରିବା ସହିତ ଜିଲ୍ଲlରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ବଡ଼ସାହି, ବାଙ୍ଗିରିପୋଷି, ଗୋପବନ୍ଧୁନଗର, ଉଦଳା, କପ୍ତିପଦା,ବାରିପଦା, ସlରସକଣା, ଯଶିପୁର, କରଞ୍ଜିଆ ଓ ଠାକୁରମୁଣ୍ଡା ବସଷ୍ଟାଣ୍ଡ ର ଶିଳାନ୍ୟାସ କରିଥିଲେ | ଏତଦ ବ୍ୟତୀତ ଯାତ୍ରୀ ମାନଙ୍କ ସୁବିଧା ଓ ଜୀବନ ର ସୁରକ୍ଷା ନିମନ୍ତେ ମୋ ପରିବହନ ସେବା ଓ ଏମ ପରିବହନ ସେବା ଆପ ର ଶୁଭ ଉଦଘାଟନ କରିଥିଲେ ଏବଂ ଗାଡି ଚାଳକଙ୍କ ପାଇଁ ସୁବାହକ ତାଲିମ କେନ୍ଦ୍ର କୁ ଉଦଘାଟନ କରିଥିଲେ |

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲlପାଳ ଶ୍ରୀ ବିନୀତ ଭରଦ୍ୱାଜ ଶିଳାନ୍ୟାସ ନାମ ଫଳକ କୁ ଉନ୍ମୋଚନ କରିଥିଲେ | ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ, ଡେପୁଟି କଲେକଟର ଏମେର୍ଜେନ୍ସି ଶ୍ରୀ ସୁଜୟ କୁମାର ପତି, ଏମ ଭି ଆଇ ସାଲଖୁ ମୁର୍ମୁ ଏ ଏମ ଭି ଆଇ ଚିନ୍ମୟୀ ମହାନ୍ତ, ବସ ମାଲିକ ସଙ୍ଘ ର ସଭାପତି ଶ୍ରୀ ସୁନୀଲ କୁମାର ଦାଶ ଓ ସଂଘ ର ଅନ୍ୟାନ୍ୟ ସଦସ୍ୟ କଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଏବଂ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |