Onn 3

ଉପଖଣ୍ଡସ୍ତରୀୟ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା

State

ବାରିପଦା: ଆଜି ପୂର୍ବାହ୍ନରେ ବାରିପଦାସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଶିଶୁ ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଣଜିତ ପ୍ରତାପ ବଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ୟୁନିଟ ମୟୁରଭଞ ର ସୁରକ୍ଷା ଅଧିକାରୀ (ଅଣ- ଅନୁଷ୍ଠାନକି ସେବା ) ଅମର କୁମାର ଦେ , ଅରୁଣା ର ଜିଲା ସଂଯୋଜକ ରୀତା ରାଣୀ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କ ଥଇଥାନ ଏବଂ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥଲେ । ସୁଗମ କର୍ତା ଭାବରେ ଜୀବନ କୃଷ୍ନ ବେହେରା ଯୋଗ ଦେଇ ଶିଶୁ ସଂପର୍କିତ ଉଧିଷ୍ଠ ଆଇନଗତ ପ୍ରାବଧାନ ବିଷୟରେ ତାଲିମ ପ୍ରଦାନ କରିଥିଲେ ।

ଅଧ୍ୟକ୍ଷ ଶ୍ରୀ ବଳ ତାଙ୍କ ବ୍ୟକ୍ତବ୍ୟରେ ସରକାର ଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଶିଶୁ କଲ୍ୟାଣକାରୀ ଯୋଜନା କିପରି ହିତଧିକାରୀ ମାନଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରିବାପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବାରିପଦା ଉପଖଣ୍ଡର ସମସ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ , ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ , ଶିଶୁ ବିକାଶ ଅଧିକାରୀ ଏବଂ ସୁପରଭାଇଜର ପ୍ରମୁଖ ଉକ୍ତ କାର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ ।