Onn 3

ଗାଡି ଭିତରୁ ଜବତ ହେଲା ଗୋରୁ ମାଂସ, ୪ ଅଟକ

Crime State

ମୟୂରଭଞ୍ଜ : ମୟୂରଭଞ୍ଜ ଝାରପୋଖରିଆ ଥାନା ସାରସକଣାରେ ଗୋ ମାଂସ ଜବତ । ଘଟଣାରେ ୪ ଜଣକୁ ଅଟକ ରଖିଛି ପୋଲିସ । ୨ ଜଣ ଗୋ ମାଂସ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସାରସକଣା ମାଉସୀ ବାଡ଼ି ନିକଟରେ ଏକ ଅଟୋରେ ଗୋମାଂସ ନେଇ ୬ ଜଣ ଲୋକ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଗାଡ଼ି ଅଟକାଇଥିଲେ । ଗାଡ଼ି ଭିତରୁ ମାଂସ କଟା ଧାରୁଆ ଅସ୍ତ୍ର ସହ ବ୍ୟାଗରେ କିଛି ଗୋ ମାଂସ ରହିଥିଲା । ଉତ୍ୟକ୍ତ ଲୋକେ ଅଟୋକୁ ଭାଙ୍ଗିବା ସହ ୪ ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ ।