Onn 3

ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ସାନ୍ତାଳୀ ଲେଖିକାଙ୍କୁ ଶ୍ରଦ୍ଧାଞ୍ଜଳି

State

ବାରିପଦା : ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ବରିଷ୍ଠ ସାନ୍ତାଳୀ ଲେଖିକା ସୁମିତ୍ରା ସୋରେନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ତାସହିତ ତାଙ୍କର ଅମର ଆତ୍ମା ଶାନ୍ତି ଓ ସଦ୍‌ଗତି ନିମନ୍ତେ ପାଞ୍ଚ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି । ବରିଷ୍ଠ ସାନ୍ତାଳୀ ଲେଖିକା ସୁମିତ୍ରା ସୋରେନ ଗତ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ସୁମିତ୍ରା ସୋରେନ ଜଣେ ଗାଳ୍ପିକା ଓ କବି ଥିଲେ । ତାଙ୍କର ତିନି ଗୋଟି କ୍ଷୁଦ୍ରଗଳ୍ପ (କାପୁର୍ ମୁଲ୍ଲି, ମିଦ୍ ବିର୍ନା ଚେଣେ ସାୱ୍ୱ ଇଞ୍ଜାଃ ସାଗାଇଁ ଓ ଗୁପିଗିଦ୍ରାହଃ କୁକୁମୁଁ ଏବଂ ଦୁଇଗୋଟି କବିତା (କୟେଲ ଓ ରେଙ୍ଗେଜ୍ ହଳା ମେନ୍‌ଦାଃ ) ପୁସ୍ତକ ପ୍ରକାଶିତ ପାଇଛି ।

ସାହିତ୍ୟ କୃତି ପାଇଁ ଓଡିଶା ଲେଖକ ସଂଘ ତରଫରୁ ୨୦୨୧ରେ ସେ ସମ୍ମାନିତ ହୋଇଥିଲେ। ସେ ଲେଖକ ସଂଘର ଜଣେ କାର୍ଯ୍ୟକାରୀ ସଦସ୍ୟା ଥିଲେ। ତାଙ୍କର ଅକାଳ ମୃତ୍ୟୁରେ ମାସା ଆର୍ମି ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ୍‌ ମୁର୍ମୁଙ୍କ ସମେତ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାସା ଆର୍ମିର ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ସମେତ ଦିଲ୍ଲୀପ ମାର୍ଣ୍ଡି, ରବିନ୍ଦ୍ର ମାର୍ଣ୍ଡି,ବାଞ୍ଜୁ ସୋରେନ୍‌, ଶିବା ହେମ୍ବ୍ରମ, ମଙ୍ଗଲ ମାର୍ଣ୍ଡି, ଫାଗୁ ହେମ୍ବ୍ରମ, ଗଜେନ୍ଦ୍ର କିସ୍କୁ, ସୁନିଲ ଟୁଡୁ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।