Onn 3

ଟାଟା ପାଓ୍ବାର ମିଟର ରିଡର୍ କର୍ମଚାରୀଙ୍କ ସମାବେଶ

State

କାର୍ଯ୍ୟ କ୍ଷେତ୍ରରେ ଉପୁଜୁଥିବା ଅସୁବିଧା ନେଇ ସମାଧାନ ନେଇ ଦାବି

ବାରିପଦା- ନେସ୍କୋ ପାଓ୍ବାର ଏମ୍ଫ୍ଲୋଇଜ୍ ୟୁନିଅନ୍ ତରଫରୁ ମିଟର ରିଡର୍ ମାନଙ୍କ ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରଘୁନାଥପୁର ସ୍ଥିତ ମଣ୍ଡପରେ ଅନୁଷ୍ଠିତ ସମାବେଶରେ ବାରିପଦା ଡିଭିଜନ ଅଧିନରେ କାର୍ଯ୍ୟରତ ସମସ୍ତ ମିଟର ରିଡର୍ ମାନେ ଯୋଗ ଦେଇଥିଲେ। ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ଯମ୍ ମହାନ୍ତି, ମୁଖ୍ୟବକ୍ତା ଭାବେ ସଂଘର ଉପ ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ସମ୍ମାନିତ ଅତିଥି ଭାବେ ଗୋପାଳ ଏଣ୍ଟାରପ୍ରାଇଜେସର ମ୍ୟାନେଜର ନବୀନ ଠାକରେ, ଡିଭିଜନ ସଂଯୋଜକ ଅଟଳ କୁମାର ଦାସ, ବାରିପଦା ଡିଭିଜନ ମୁଖ୍ୟ (ମିଟର ରିଡର) ରାକେଶ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ସମାବେଶରେ ମିଟର ରିଡର୍ ମାନେ କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବାବଦରେ ଉପସ୍ଥାପନ କରିବା ସହ ସମାଧାନ ନେଇ ଦାବି ଜଣାଇଥିଲେ। ଉପସ୍ଥିତ ଅତିଥିମାନେ ଏହାର ସମାଧାନ କରିବା ଦୃଢ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଆଗାମୀ ଦିନ ମାନଙ୍କରେ ମିଟର ରିଡର ମାନଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିବ। କାହିଁକି ନା ବିଦ୍ଯୁତ୍ ଗ୍ରାହକ ମାନଙ୍କର ବିଦ୍ଯୁତ୍ ବିଲ୍ ଠିକ୍ ସମୟରେ ଦେବା ଓ ସେମାନଙ୍କର ବିଲ୍ ସମ୍ବନ୍ଧୀୟ ଅସୁବିଧା ଗୁଡିକର ସମାଧାନ କରିବା ପ୍ରଶଂସନୀୟ କାର୍ଯ୍ୟ ମିଟର ରିଡର୍ ମାନେ ହିଁ ତୁଲାଇ ଥାଆନ୍ତି।

ମିଟର ରିଡ଼ର ଓ ଗ୍ରାହକ ମାନଙ୍କର ସମସ୍ୟା କିପରି ଆହୁରି ସହଜ ହେବ ସେ ବାବଦରେ ସଂଘ ପକ୍ଷରୁ ଟାଟା ପାଓ୍ବାରର ମୁଖ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନ କରିବା ନେଇ ଦୃଢ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଏହି ସମାବେଶରେ ବାରିପଦା ଡିଭିଜନ ଅଧିନରେ ଥିବା ସମସ୍ତ ମିଟର ରିଡର୍ ମାନେ ଅନେକ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ବିଷୟରେ ମତ ପ୍ରକାଶ କରିଥିଲେ। ସଞ୍ଜୀବ ସୋରେନ, ମାନସ ମହାନ୍ତ, ସତ୍ଯରଞ୍ଜନ ମହାନ୍ତ, ଜୟକୃଷ୍ଣ ପତି, ରାଜକିଶୋର ପାଲ, ସୁଧାଂଶୁ ମଣ୍ଡଳ, ପ୍ରଦୀପ ଖିଲାର, ଗୋଜେନ୍ଦ୍ର ଗଚ୍ଛାୟତ, ରାଜୁ ମହାନ୍ତ, ପ୍ରଣବ ଦାସ, ଦୀପକ ଦାସ, ଦନାର୍ଦନ ବେହେରା, ଅମିତ କର ପ୍ରମୁଖ ସମାବେଶକୁ ପରିଚାଳନା କରିଥିଲେ।