Onn 3

ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

Crime State

 

pro

ଅନୁଗୁଳ: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି  । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି  । ଏମିତି କିଛି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ  ।  ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

ମୃତକ ଶଙ୍କର ବିଶ୍ବାଳ ଏବଂ ଝିଲି ମାଝି ବୋଲି ଜଣାପଡିଛି  । ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶଙ୍କର ଓ ଝିଲି ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ହାତୀ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା  ।  ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।  ଲୋକମାନେ ଅନୁଗୁଳ-ବନ୍ତଳା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏପର୍ଯ୍ୟନ୍ତ ପୁଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।

Post Views: 7