Onn 3

ଧାର୍ମିକ ପ୍ରକଳ୍ପ ପାଇଁ ୧୫.୨୦କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

State

 

cm-1-750x426

ଭୁବନେଶ୍ୱର:  ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡିକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।

ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବିଏମସିର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଏଥି ସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ମଧ୍ୟ ବିକାଶ କାର୍ଯ୍ୟ କରାଯିବ।