Onn 3

ରାଜ୍ୟ ସ୍ତରୀୟ ଖେଳକୁଦରେ ମୟୁରଭଞ୍ଜର ସଫଳତା, ଜାଭେଲିନ ଥ୍ରୋରେ ସୁନାରାମଙ୍କ ନୂଆ ରେକର୍ଡ

sports State

ବାରିପଦା: କିଟ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜର 31ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି 9 ସ୍ଵର୍ଣ୍ଣ, 6 ରୌପ୍ୟ ଓ 4 ଟି ବ୍ରୋଞ୍ଜ ସହ ମୋଟ 19 ଟି ପଦକ ହାସଲ କରିଛନ୍ତି I 5000 ଓ 10000 ମିଟର ଦୌଡରେ ତାରକ ମାରାଣ୍ଡି, 800 ମିଟରରେ ବାଲହି ମୁର୍ମୁ, 1500 ମିଟରରେ ପ୍ରଦୀପ ମହାନ୍ତ, 400 ମିଟରରେ ରାଜେଶ୍ୱରୀ ସିଂ, 10 ହଜାର ମିଟରରେ ସନ୍ଧ୍ୟା ମୁର୍ମୁ, ଡ଼ିସକାସ ଥ୍ରୋ ରେ ନେତ୍ରମଣୀ ସିଂ, ସଟପୁଟ ଥ୍ରୋ ରେ ଦୀପା ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜାଭେଲିନ ଥ୍ରୋ ରେ ସୁନାରାମ ମୁର୍ମୁ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ନୂଆ ରେକର୍ଡ ସ୍ଥାପନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

5000 ମିଟର ଦୌଡରେ ଇତିଶ୍ରୀ ମହାନ୍ତ ଓ ସନ୍ଧ୍ୟା ମୁର୍ମୁ , 800 ମିଟରରେ ପ୍ରଦୀପ ମହାନ୍ତ, ଡ଼ିସକାସ ଥ୍ରୋ ରେ ପ୍ରିୟଙ୍କା ସିଂ ଓ ଦୀପା ସିଂ, ଡେକାଥେଲନରେ ରାଲିଆ ମୁର୍ମୁ ରୌପ୍ୟ ପଦକ ତଥା 800 ଓ 1500 ମିଟରରେ ନାମସି ସମାଦ, 2000 ମିଟରରେ ବାଲହି ମୁର୍ମୁ, ସଟପୁଟ ଥ୍ରୋ ରେ ନେତ୍ରମଣୀ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I ଆଜି ସକାଳେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ କୃତୀ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଏଥଲେଟିକ ସହ ସମ୍ପାଦକ ଅମ୍ବିକା ରାଉତ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମର କୁମାର ସେଠି, ରବୀନ୍ଦ୍ର ମହାନ୍ତି, ହରପ୍ରସାଦ ପାତ୍ର ତଥା ଦଳର ମ୍ୟାନେଜର କିଶୋର ଚନ୍ଦ୍ର ଦାଶ, ସୌରଭ କୁମାର ଦେ, ଭାନୁମତୀ ମହାନ୍ତ ଓ କୋଚ ଦିଗେଶ୍ୱର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ I