Onn 3

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଞ୍ଜସେନା ର ନିବେଦନ

State

ବାରିପଦା: ଭଞ୍ଜସେନା ର ନିରବଛିନ୍ନ ପ୍ରଚେଷ୍ଟା ଫଳରେ ଏବଂ ଯୋଉ ଦୁଇ ମାସ ସମୟ କଣ୍ଟକ ଦିଆଯାଇଥିଲା, ସେଇ ସମୟ ସୀମା ମଧ୍ୟରେ ବାରିପଦା ପୂର୍ତ୍ତବିଭାଗ ପକ୍ଷରୁ ଅସୁରକ୍ଷିତ ଐତିହାସିକ ରାଜପ୍ରସାଦର ସର୍ଭେପରେ ପୁନଃ ମରାମତି ପାଇଁ ବ୍ୟୟ ହେବାକୁ ଥିବା ଅଟକଳରାଶି ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ପଠାଇଛନ୍ତି |

ଏଣୁ ତୁରନ୍ତ ଉକ୍ତ ଆର୍ଥିକ ରାଶି କୁ ବିଭାଗ ପକ୍ଷରୁ ଯୋଗାଇଦେବା ସହିତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଏହାକୁ ଏକ ସ୍ମାରକୀ ଭାବେ ସଂରକ୍ଷିତ କରିବାକୁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଟ୍ୱିଟ ଯୋଗେ ନିବେଦନ କରିଛନ୍ତି ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |