Onn 3

ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍‌

Crime State

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଜୋରଦାର ତଦନ୍ତ କରୁଛି ସିବିଆଇ । ଆଜି ସିବିଆଇ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ ସିବିଆଇ ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ  ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି ।

ଗତ ଜୁନ୍‌-୨ ତାରିଖରେ ବାହାନଗାରେ ହୋଇଥିବା ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ସିବିଆଇ ଆହୁରି ପ୍ରମାଣ ଯୋଗାଡ଼ କରୁଛି । ତ୍ରୁଟି ନିର୍ଦ୍ଦିଷ୍ଟ ଭାବେ କେଉଁଠି ହୋଇଥିଲା ? ଗିରଫ ତିନି ଅଭିଯୁକ୍ତଙ୍କ ବ୍ୟତୀତ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ? ବ୍ୟକ୍ତିଗତ ସ୍ତରରେ ଅବହେଳା ନା ଅନ୍ୟ କାହା ପ୍ରଭାବରେ ଅଭିଯୁକ୍ତମାନେ ଏପରି କରିଛନ୍ତି ତା’କୁ ନେଇ ଜୋରଦାର ତଦନ୍ତ କରୁଛି ସିବିଆଇ । ୩ ରେଳ କର୍ମଚାରୀ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାରଙ୍କୁ ୫ ଦିନ ରିମାଣ୍ଡରେ ନେବା ପରେ ଚାଲିଛି ଘନଘନ ଜେରା ।