Onn 3

ପେବର ବ୍ଲକ ରାସ୍ତାର ଉଦଘାଟନ କଲେ ନଗରପାଳ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ଏକ ନମ୍ବର ୱାର୍ଡରେ ସ୍ଥିତ ପ୍ଲାନିଂ ଅଫିସ ଠାରୁ କେଶବ ବାବା ମନ୍ଦିର ପର୍ଯ୍ୟନ୍ତ ନୂତନ ଭାବେ ନିର୍ମିତ ପେବର ବ୍ଲକ ରାସ୍ତାକୁ ଶୁଭ ଉଦଘାଟନ କରି ଲୋକାର୍ପିତ କରିଛନ୍ତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି I ବହୁ ଦିନରୁ ଏହି ରାସ୍ତାର ପୁନଃନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରି ଆସୁଥିଲେ I ଏକ ନମ୍ୱର ୱାର୍ଡର କାଉନସିଲର ସୁକେଶିନୀ ସେଠିଙ୍କ ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଜନସାଧାରଣ ବେଶ ପ୍ରଶଂସା କରିଛନ୍ତି I

ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଏମ ଇ ସଚ୍ଚିଦାନନ୍ଦ ଶତପଥି, ଜେ ଇ ମନୋରଞ୍ଜନ ମହାପାତ୍ର ଓ ଦେବାଶିଷ ସ୍ୱାଇଁ ତଥା ମହାସଂଘ ସମ୍ପାଦିକା ଭଗବତୀ ଭୂୟାଁ ଏବଂ ରାଜଶ୍ରୀ ଦାସ, ଜୟସ୍ମିତା ମିଶ୍ର, ସୀମାରାଣୀ ବେହେରା, ପ୍ରତିଭା ସାମଲ, ସବିତା ଭୂୟାଁ, ହେମଲତା ଦାସ, ରୀନା ଦାସ, ରଶ୍ମିତା ପାଲ, ଶକୁନ୍ତଳା ପାତ୍ର, ସବିତା ପାତ୍ର, ସୁସ୍ମିତା ସାହୁ, ସବିତା ଦାସ, ପାର୍ବତୀ ଗିରି, ଶେଫାଳି ବେତାଳ, ସୌଦାମିନୀ ଦାସ, ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଦେବସ୍ମିତା ମିଶ୍ର, ଲିଲିରାଣୀ ବେହେରା, ଆରତୀ ଦତ୍ତ, ମିନତୀ ଦତ୍ତ, ସରସ୍ବତୀ ଗିରି, କ୍ଷୀରୋଦ ଭୂୟାଁ, ପ୍ରକାଶ ବେହେରା, ହିରନ ଭୂୟାଁ, ସୁଜିତ ନାୟକ, କାବୁଲା ଦାସ, ଶେଖ ତାର୍ଜନ ଓ ସମାଜସେବା ଅମର ସେଠି ପ୍ରମୁଖ ଉପସ୍ଥିତ ଥିଲେ I