Onn 3

ଚେକ୍ ଡ୍ୟାମ ରେ ଗାଧୋଇବା ବେଳେ ବୃଦ୍ଧାଙ୍କ ସଲିଳ ସମାଧି

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନସ୍ଥ ସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କେଶରଗଡିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଉର୍ମିଳା ପାତ୍ର(୮୦) ବର୍ଷୀୟ ବୃଦ୍ଧା ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ପାଣି ଭିତରେ ବୁଡ଼ିଯାଇଥିଲେ ।

ତାଙ୍କୁ ପ୍ରଥମେ ହସ୍ପିଟାଲ ଅଣାଯାଇଥିଲା, ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶୁକ୍ରବାର ଦିନ ସୁଲାଇପାଟ ଥାନାଧିକାରୀ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୭/୨୩ ରୁଜୁ କରିବା ସହ ଶବକୁ ପଞ୍ଚନାମା କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।