Onn 3

ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

State

ବାରିପଦା: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜନୈକ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ୧୦ ଵର୍ଷ କାରାଦଣ୍ଡ ଶୁଣାଣୀ ହୋଇଛି । ସୂଚନାଯୋଗ୍ୟ ତିରିଂ ଥାନା ଅନ୍ତର୍ଗତ ନାଣ୍ଡୁଆ ଗ୍ରାମର ଠାକୁର ସୋରେନ ନାମକ ଜଣେ ଯୁବକ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଜନୈକ ପିଡିତାଙ୍କ ଘରେ ଭଡ଼ାରେ ରହୁଥିଲେ ।୧୬/୫/୨୦୧୮ ଭୋର ସମୟରେ ଘର ମାଲିକାଣୀ ଶୌଚ ଯାଇଥିବା ସମୟରେ କାମାନ୍ଧ ଯୁବକ ଲୁଚି କରି ପଛପଟୁ ଯାଇ ମହିଳାଙ୍କ ମୁହଁରେ କପାଡ ଦେଇ ବଳାତ୍କାର କରିଥିଲା ।

ପରେ ମହିଳା ଜଣକ ଘରେ ଘଟଣା କହିବାରୁ ଆସାମୀ ତାଙ୍କ ଘରେ ପଶି ପିଡିତାଙ୍କ ସ୍ବାମୀ ଏବଂ ପରିବାର ଲୋକଙ୍କୁ ମାରପିଟ୍ ଘରର ଟିଭି ସମେତ ଆସାବାବ ପତ୍ର ଭାଙ୍ଗିରୁଜି କରିଥିଲା । ପିଡିତାଙ୍କ ସ୍ଵାମୀ ଭୟରେ ଘର ଛାଡି ପଳାଇଥିଲେ ।ପରେ ପିଡିତାଙ୍କ ପରିବାର ତରଫରୁ ରାଇରଙ୍ଗପୁର ଟାଉନ ଥାନାରେ ୧୯/୫/୧୮ ରେ ଲିଖିତ ଅଭିଯୋଗ କରିଥିଲେ । ଟାଉନଥାନାରେ ୧୯୭/୧୮ ମାମଲା ରୁଜୁ ହୋଇଥିଲା । ରାଇରଙ୍ଗପୁର କୋର୍ଟରେ ଆଜି ଶୁଣାଣିରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ୧୩ ଜଣ ସାକ୍ଷୀଙ୍କ ବୟାନ, ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣାକୁ ନେଇ ଆଜି ଆସାମିଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୬ ମାସ କାରାଦଣ୍ଡ ଶୁଣାଣି କରିଛନ୍ତି |