Onn 3

ଶିମିଳିପାଳରେ ଶିକାରୀ ଙ୍କ ପାଦ୍ରୁଭାବ; ତିନି ଦେଶୀ ବନ୍ଧୁକ ଜବତ, ତିନି ଜଣ ଗିରଫ

Crime State

ବାରିପଦା: ଶିମିଳିପାଳରେ ଶିକାରୀ ଙ୍କ ପାଦ୍ରୂଭାବ ଦିନକୁ ଦିନ ବଢିବାରେ ଲାଗିଅଛି । ଦେଶି ବନ୍ଧୁକ ଧରି ଶିମିଳିପାଳ ଅଭୟ୍ୟାରଣ୍ୟରେ ପଶି କରୁଛନ୍ତି ଅବାଧ ଶୀକାର । ଶିକାରୀ ଙ୍କୁ ଧରିବାପାଇଁ ଜିଲା ପୋଲିସ ବାହିନୀ ଏବଂ ବନ ବିଭାଗର ପକ୍ଷରୁ ମିଳିତ ଚଢାଉ ଜାରିରହିଅଛି । ଚଳିତ ମାସ ଶେଷ ସୁଦ୍ଧା ଯେଉଁମାନେ ଏହି ଦେଶୀ ବନ୍ଧୁକ ରଖିଛନ୍ତି ସେମାନେ ବନ୍ଧୁକ ସବୁ ପୋଲିସ ପାଖରେ ଜିଲା ଦେବାପାଇଁ ଜିଲା ଆରକ୍ଷୀ ଅଧିକାରୀ ବି ଗଙ୍ଗାଧର ଙ୍କ ପକ୍ଷରୁ ସୂଚାନା ଦିଆଯାଇଅଛି ନଚେତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ଆଜି ବଡସାହି ଥାନା ପୋଲିସ ପକ୍ଷରୁ ଶିମିଳିପାଳ ର ପାଦଦେଶରେ ଥିବା ଉକ୍ତ ଥାନା ଅଧିନରେ ଯଦୁନାଥପୁର (ରେଣ୍ଟାସାହି), ଚନ୍ଦନଚତୁରି ଗ୍ରାମରେ ଚଢାଉ କରାଯାଇ ଦୁଇଗୋଟି ଦେଶୀ ବନ୍ଧୁକ ଜବତ କରିବା ସହ ତିନି ଜଣ ଙ୍କୁ ଗିରଫ କରାଯାଇଅଛି ।

ଗିରଫମାନେ ହେଲେ ଜଦୁନାଥ ହାଁସଦା (୫୨) , ଠାକୁର ସିଂ (୨୬) ଏବଂ ମଧୁ ସିଂ (୩୦) । ସେହିପରି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଉଦଳା ଥାନା ଅଧିନସ୍ଥ କାଶିକୁଣ୍ଡଳ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ କୁ ଉଦଳା ପୋଲିସ ପକ୍ଷରୁ ଜବତ କରାଯାଇଅଛି । ଏ ବାବଦରେ ବଡସାହି ଥାନାରେ କେସ ନମ୍ବର ୨୯୧/୧୩-୭-୨୦୨୩ ଅଣ୍ଡର ସେକସନ ୨୫ ଆର୍ମ୍‌ସ ଆକ୍ଟ ଏବଂ ଉଦଳା ଥାନାରେ କେସ ନମ୍ବର ୧୯୧/୨୩ ଅଣ୍ଡର ସେକସନ ୨୫ ଆର୍ମ୍‌ସ ଆକ୍ଟ ରେ ଦୁଇ ଗୋଟି ପୃଥକ ପୃଥକ ମାମଲା ରିଜୁ କରାଯିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଜି ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକାରୀ ବି ଗଙ୍ଗାଧର ସୂଚନା ଦେଇଛନ୍ତି । ଉକ୍ତ ସା୍‌ମାଦିକ ସମ୍ମିଳନୀରେ ବଡସାହି ଥାନା ଅଧିକାରୀ ଏବଂ ଉଦଳା ଥାନା ଅଧିକାରୀ ଉପସ୍ଥିତ ଥିଲେ ।