Onn 3

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

State
ବାରିପଦା(୭/୭) : ମୟୂରଭଞ୍ଜ ଜିଲ୍ଲାର  ଗୋରୁମହିଷାଣୀ ସନ୍ନିକଟ ଆଦର୍ଶ ବିଦ୍ୟାଳୟରେ ଆଜି ୭୪ ତମ ଵନୋତ୍ସବ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି  ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ,ବନପାଳ କାଶୀନାଥ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ବୃକ୍ଷର ମହତ୍ଵ ଉପରେ ମୂଲ୍ୟବାନ କଥା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।ଜଙ୍ଗଲ ଧ୍ବଂସ, ଅବକ୍ଷୟ ଯୋଗୁଁ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି ।ପ୍ରତିବର୍ଷ ୧ ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ବୃଦ୍ଧି ପାଉଛି ।
ବର୍ତମାନ ଓଡ଼ିଶାରେ ୪୬ ଡିଗ୍ରୀ ତାପମାତ୍ରା ବେଳେ ମେକ୍ସିକୋ ରେ ୫୦ ଡିଗ୍ରୀ ତାପମାତ୍ରା ଛୁଇଁଲାଣି । ସମଗ୍ର ମଣିଷ ସମାଜ, ଜୀବଜନ୍ତୁ ଅସହ୍ୟ ଗରମ, ଗୁଳୁଗୁଳି, ମୌସୁମୀ ଅନିୟମିତତା ରେ ପ୍ରଭାବିତ । ତେଣୁ ସମସ୍ତେ ବୃକ୍ଷ ରୋପଣ କରିବା ସହ  ତାହାର ‌ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ଉଚିତ ।ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରୀ ଜି ବିଶ୍ବଲକ୍ଷ୍ମୀ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେଇଥିଲେ । ବିଦ୍ୟାଳୟ ପରିସରରେ ୫୧୦ ଟି ବୃକ୍ଷ ରୋପଣ କରାଯାଇଥିଲା । ଆଗକୁ ୧୦୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ ପାଇଁ  ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟକ୍ରମକୁ ଇଂରାଜୀ ଶିକ୍ଷକ ସୁମନ ଯାନା ପରିଚାଳନା କରିଥିଲେ ।