Onn 3

ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ପାଳନ

State
 ବାରିପଦା :  ଯୁଗାନ୍ତକାରୀ ମହାନତମ କ୍ରିକେଟର ତଥା ଯୁବପୀଢ଼ିଙ୍କ ହୃଦସ୍ପନ୍ଦନ ମହେନ୍ଦ୍ର ସିଂ ଧୋନି@ମାହିଙ୍କ ଜନ୍ମଦିନ ଅବସରରେ ଆଜି ବାରିପଦାର ସମସ୍ତ “ଧୋନି ପ୍ରେମୀ” ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ସ୍ଥାନୀୟ ‘ଜୀବନ ଜ୍ୟୋତି’ ନାମକ ଅନାଥଶ୍ରମ କୁ ଯାଇଥିଲେ । ସେଠାରେ ସମସ୍ତେ ମିଶି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ପାଳନ ପୂର୍ବକ ଅନାଥଶ୍ରମର ପିଲାମାନଙ୍କ ସହିତ କେକ୍ କାଟିବା ସହ ପିଲାମାନଙ୍କୁ ଡ୍ରେସ,ମିଠା,ଥଣ୍ଡା ପ୍ରଦାନ ପୂର୍ବକ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ ମଧ୍ୟ କରିଥିଲେ।ଏଥିସହିତ ପିଲାମାନଙ୍କ ସହ ଉପସ୍ଥିତ “ଧୋନି ପ୍ରେମୀ” ଗଣ ଧୋନିଙ୍କର ଖାଲି କ୍ରିକେଟର ସଫଳତା ନୁହଁ,ବରଂ ଚ ଜୀବନରେ କିପରି ବାଧାବିଘ୍ନ ଅତିକ୍ରମ କରି ଧୋନିଙ୍କ ଭଳି ନିଜ ଦେଶକୁ ଗୌରବାନ୍ୱିତ କରିପାରିବେ ସେ ସମ୍ବନ୍ଧରେ ପିଲାମାନଙ୍କ ସହ ବିଷଦ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସୌମ୍ୟରଂଜନ ମିଶ୍ର,ରଂଜିତ ନାୟକ, ବିଶ୍ୱରଂଜନ ଦାସ,ରାହୁଲ କୁମାର ଦାସ,ମନୀଷ ଦାସ,ଅମୁଲ୍ୟ ପ୍ରସାଦ ଦାସ,ସୌମ୍ୟରଂଜନ ସାହୁ,ପୃଥ୍ବୀରାଜ ତିମିର ପ୍ରସାଦ କର,ଆକାଶ ପରିଡା,ଆଦିତ୍ୟ ପ୍ରତାପ ଦାସ,ଦେଵବ୍ରତ ବେହେରା,ଶୁଭମ ଦାସ,କିଶୋର ପଲେଇ,କୌଶିକ ଦେବ ଗୋସ୍ୱାମୀ,ପବିତ୍ର କୁମାର ଗିରି,ପ୍ରିୟବ୍ରତ ଧଳ,ଗୌରାଙ୍ଗ ଦେ ଙ୍କ ସହିତ ଶତାଧିକ “ଧୋନି ପ୍ରେମୀ” ଉପସ୍ଥିତ ରହି ମହେନ୍ଦ୍ର ସିଂ ଧୋନିଙ୍କ ପ୍ରତି ନିଜ ଭଲପାଇବା ଦର୍ଶାଇଥିଲେ।