Onn 3

ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ମାଇନରିଟି ସେଲର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ    

State

ନିଶ୍ଚିନ୍ତକୋଇଲି (୭/୭) – ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ମାଇନରିଟି ଭାଇମାନଙ୍କୁ ନେଇ ଏକ କାର୍ଯ୍ୟକାରିଣୀ ବୈଠକ ଶୁକରପଡା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି l ମାଇନରିଟି ସେଲ ସଭାପତି ମିର୍ଜା ଅବୁଲ ବେଗ ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଦଳୀୟ ସଂଗଠନ କୁ ମଝବୁତ ଏବଂ ଆଗାମୀ ନିର୍ବାଚନ ରେ ବୃହତ ବିଜୟ ପାଇଁ ସମସ୍ତ ମାଇନରିଟି ଭାଇମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜିଲ୍ଲା ମାଇନରିଟି ସେଲ ଉପସଭାପତି ତଥା ବ୍ଲକ ମାଇନରିଟି ସେଲ ସମ୍ପାଦକ ଜାକିର ଖାଁ, ଜୋନ ଯୁବ ସଭାପତି କଲାମ ଖାଁ ଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ମାଇନରିଟି ସେଲ ପଞ୍ଚାୟତ ସଭାପତି, ସମ୍ପାଦକ, ଜିଲ୍ଲା ପରିଷଦ, ୱାର୍ଡ ମେମ୍ବର, ନାୟବ ସରପଞ୍ଚ, ନିଶ୍ଚିନ୍ତକୋଇଲି ବ୍ଲକ ର ୨୭ଗୋଟି ପଞ୍ଚାୟତର ସମସ୍ତ ମାଇନରିଟି କର୍ମକର୍ତ୍ତା, ମୁରବୀ ମାନେ ଉପସ୍ଥିତ ରହି କାର୍ଯ୍ୟକାରିଣୀ ବୈଠକରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l