Onn 3

ଟମାଟୋ କିଣା ବିକାକୁ ନେଇ ତୁମୁଳକାଣ୍ତ ; ଛୁରାମାଡରେ ଜଣେ ଆହତ, ଜଣେ ଗୁରୁତର

Crime State

ଆନନ୍ଦପୁର: ଏପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ ।

ସୂଚନା ଅନୁସାରେ କେଶଦୁରାପାଳ ଗାଁର ଦିଲ୍ଲୀପ ମୁଖୀ ହାଟରେ ଝାଡୁ କରି ଦେକାନ ପିଛା ୫ ଟଙ୍କା ନେଇଥାନ୍ତି । ତେବେ ଗତକାଲି ହାଟରେ ଥିବା ଏକ ପରିବା ଦୋକାନରୁ ଜଣେ ଗ୍ରାହକ ଏକ କିଲୋ ଟମାଟେ ନେଇ ଟଙ୍କା ଦେଇନଥିଲେ । ଏଥିପାଇଁ ପରିବା ଦୋକାନୀ କିନ୍ତୁ ଦିଲ୍ଲୀପ ସେହି ଏକ କିଲୋ ଟମାଟୋ ନେଇଛନ୍ତି କହି ଟଙ୍କା ମାଗିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରିବା ଦୋକାନୀ ଓ ତାର ସହଯୋଗୀ ବାଟରେ ଦିଲ୍ଲୀପଙ୍କୁ ଅଟକାଇ ମାଡ ମାରିଥିଲେ । ଛୁରା ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ଦିଲ୍ଲୀପଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବି ଆକ୍ରମଣର ଶିକାର ହୋଇଛନ୍ତି । ଝାଡୁଦାର ଦିଲ୍ଲୀପ ଗୁରତର ଆହତ ହୋଇଥିବା ବେଳେ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି । ଉଭୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଘଷିପୁରା ଥାନାରେ ଅଭିଯୋଗ ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ ଜାରି ରଖିଛି ।